ହଂକଂ ଉପରେ ନିୟନ୍ତ୍ରଣ ହାସଲ କଲା ଚୀନ, ତାଇୱାନ୍‌କୁ ନେଇ ବଡ଼ ସୂଚନା ଦେଲେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍

ବେଜିଂ: ହଂକଂଉପରେ ନିୟନ୍ତ୍ରଣ ହାସଲ କଲା ଚୀନ। ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସୂଚନା ଦେଇଛନ୍ତି। ରବିବାର କମ୍ୟୁନିଷ୍ଠ ପାର୍ଟିର କଂଗ୍ରେସକୁ ସମ୍ବୋଧନ କରି ଚୀନ ହଂକଂକୁ ପୂରା ନିୟନ୍ତ୍ରଣ କରିସାରିଛି। ଏଠାକାର ଅରାଜକ ସରକାରଙ୍କୁ ସମ୍ପୂର୍ଣ୍ଣରୂପେ ଶେଷ କରିଦିଆଯାଇଛି ବୋଲି ଜିନପଙ୍ଗି କହିଛନ୍ତି। କେବଳ ସେତିକି ନୁହେଁ ଖୁବ୍‌ଶୀଘ୍ର ତାଇୱାନକୁ ମଧ୍ୟ ନିୟନ୍ତ୍ରଣ କରାଯିବ ବୋଲି ପରୋକ୍ଷରେ ଧମକ ଦେଇଛି ଚୀନ। ତାଇୱାନରେ ବିଚ୍ଛିନତାବାଦୀଙ୍କ ବିରୋଧରେ ଚୀନ କଡ଼ା ସଂଘର୍ଷ କରୁଛି। କ୍ଷେତ୍ରୀୟ ଅଖଣ୍ଡତାକୁ ରୋକିବାକୁ ଚେଷ୍ଟା କରୁଛି ବୋଲି ଚୀନ କହିଛି। ତାଇୱାନ ବିରୋଧରେ ଚୀନ ସେନାର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି ଜିନପିଙ୍ଗ। ସୁରକ୍ଷା ସୁନିଶ୍ଚିତ କରିବା ଓ ଦେଶର ଗରିମା ଓ ମୂଳ ହିତର ରକ୍ଷା କରାଯାଇଛି। ହଂକଂର ଅସ୍ଥିର ପରିସ୍ଥିତି ସତ୍ତ୍ୱେ ବି କେନ୍ଦ୍ର ସରକାର ଅଞ୍ଚଳ ଉପରେ ନିଜର ସମ୍ପୂର୍ଣ୍ଣ ଅଧିକାର କରିନେଇଛନ୍ତି। ଏହା ଚୀନ ସମ୍ବିଧାନ ଓ ହଂକଂର ବିଶେଷ ପ୍ରଶାସନକି କ୍ଷେତ୍ରର ମୂଳ ଆଇନ ନିର୍ଦ୍ଧାରିତ ବିଶେଷ ପ୍ରଶାସନିକ କ୍ଷେତ୍ର ଆଧାରରେ ହୋଇଛି ବୋଲି ଜିନପିଙ୍ଗ କହିଛନ୍ତି।   

୨୦ ତମ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ୫ ଦିନିଆ ସମ୍ମିଳନୀର ପ୍ରଥମ ଦିନରେ ଗୃହକୁ ସମ୍ବୋଧନ କରି ଜିନପଙ୍ଗି ବିଛିନ୍ନତାବାଦ ଉପରେ କଡ଼ା ନିନ୍ଦା କରିଛନ୍ତିସେ କହିଛନ୍ତି ଯେ ତାଇୱାନର ସ୍ୱାଧିନତା ଉଦ୍ଦେଶ୍ୟରେ ବିଚ୍ଛିନତାବାଦୀ ଗତିବିଧି ଓ ତତ୍‌ସମ୍ପର୍କିତ ମାମଲାରେ ବିଦେଶୀ ହସ୍ତକ୍ଷେପ ଦେଖିବାକୁ ମିଳିଛି। ଯାହାର ଜବାବରେ ଆମେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛୁ। ଆମ ଚୀନର ସ୍ୱାମୀତ୍ୱକୁ ରକ୍ଷା କରିବା ଓ ତାଇୱାନ ସ୍ୱତନ୍ତ୍ରତାର ବିରୋଧ ପ୍ରତିଶ୍ରୁତି ଅଟଳ ରହିଛୁ ବୋଲି ଜିନପିଙ୍ଗ କହିଛନ୍ତି। ସୂଚନା ଥାଉକି ରାଷ୍ଟ୍ରପତି ଜିନପିଙ୍ଗ ରାଜଧାନୀ ବେଜିଂରେ ଗ୍ରେଟ୍‌ ହଲ୍ ଅଫ୍ ଦ ପିପୁଲ ରେ ସିପିସିର ୨୦ ତମ ରାଷ୍ଟ୍ରୀୟ କଂଗ୍ରେସର ଉଦ୍‌ଘାଟନ କରିଛନ୍ତି।

Spread the love