ବାବା ମୁକ୍ତେଶ୍ଵର କ୍ଲବ ପକ୍ଷରୁ ଟୋର୍ଣ୍ଣାମେଂଟ ଉଦଘାଟିତ

ସୋର, ୧୧/୧୨: ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମହୁମୁହାଣ ପଂଚାୟତ ଅଧିନ ମୁନି ପଡିଆଠାରେ ଏକ କ୍ରିକେଟ ଟୋର୍ଣ୍ଣାମେଂଟ ଆୟୋଜନ କରାଯାଇଛି।  ଭ୍ରମରବର ନାୟକ ଙ୍କ ସଭାପତିତ୍ୱରେ ଗୁରୁବାର ଟୋର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବ୍ରିଜ ଗୋପାଳ କଷ୍ଟ୍ରସନ କମ୍ପାନୀ ର ମ୍ୟାନେଜେର ଅଭିଜିତ ଗୁପ୍ତା ଯୋଗ ଦେଇ କ୍ରୀଡା ଏକ ଏକତାର ମାପକାଠି ବୋଲି ମତ ବ୍ୟକ୍ତ କରିଛନ୍ତି। ସମ୍ମାନିତ ଅତିଥି ଭାବେ ପ୍ରଜେକଟ ମ୍ୟାନେଜେର ଏ. ଏଚ.ମଜୁମଦାର କ୍ରିକେଟ ର ମହତ୍ତ୍ୱପୂର୍ଣ୍ଣ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଶୁଭ୍ରାଂଶୁ ଆର୍ଚ୍ଚାଜୟ ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସଭାପତି ଯଦୁନାଥ ନାୟକ, ରାଜେଶ ଜେନା, ସୁଶାନ୍ତ ସାହୁ, ବୃନ୍ଦାବନ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Spread the love