ଶିଖର କହିଲେ ମନର କଥା: ଏହି ମ୍ୟାଚ୍‌ରେ ମୋ ହାତ ଭାଙ୍ଗିଥିଲା

ପାଖେଇ ଆସୁଛି ୨୦୨୩ କ୍ରିକେଟ୍‌ ବିଶ୍ୱକପ୍‌ । କ୍ରିକେଟ୍‌ର ଏହି ମହାକୁମ୍ଭକୁ ଆଉ ୧୦୦ ଦିନ ବାକି ରହିଛି । ଚଳିତ ବିଶ୍ୱକପ୍‌ର ଆୟୋଜକ ରହିଛି ଭାରତ । ଗତ ବିଶ୍ୱକପ୍‌ରେ ସେମିଫାଇନାଲ୍‌ରେ ଭାରତ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇଥିଲା । ଯାହାଫଳରେ କି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା । ୨୦୧୯ ବିଶ୍ୱକପ୍‌ର କିଛି ହୃହୟସ୍ପର୍ଶୀ କଥା କହିଛନ୍ତି ଶିଖର ଧାଓ୍ୱାନ ।

ସେ କହିଛନ୍ତି ଯେ, ବିଶ୍ୱକପ୍‌ରେ ଟିମ୍‌ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ମୋ ପାଇଁ ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷ ଶତକ ବହୁତ ଖାସ୍‌ ଥିଲା। କାହିଁକି ସେହି ମ୍ୟାଚ୍‌ରେ ମୋ ହାତ ଭାଙ୍ଗିଯାଇଥିଲା । ମୁଁ ମାତ୍ର ୨୫ ରନ୍‌ କରିଥିବା ବେଳେ ମୋ ହାତରେ ଆଘାତ ଲାଗିଥିଲା । ଯାହାଫଳରେ କି ମୋ ହାତ ଭାଙ୍ଗିଯାଇଥିଲା । ତାପରେ ବି ମୁଁ ଖେଳିଚାଲିଥିଲି । ଶେଷରେ ଶତକ ହାସଲ କରିଥିଲା । ଯାହା ମୋ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବ ।

ସୂଚନାଯୋଗ୍ୟ ଯେ, ୨୦୧୯ ଦିନିକିଆ ବିଶ୍ୱକପ୍‌ରେ ଭାରତ ସେମିଫାଇନାଲରୁ ବିଦା ହୋଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୨୩୯ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଭାରତ ଚେସ୍‌ କରିବାକୁ ପଡିଆକୁ ଓହ୍ଲାଇଥିଲା । କିନ୍ତୁ ଟାର୍ଗେଟ ହାସଲ୍‌ କରିବାରେ ବିଫଳ ହୋଇଥିଲା । ୪୯.୩ ଓଭରରେ ପୁରା ଟିମ୍‌ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଯାହାଫଳରେ ନ୍ୟୁଜିଲାଣ୍ଡ ଟିମ୍‌ ୧୮ ରନ୍‌ରେ ସେମିଫାଇନାଲ୍‌ ମ୍ୟାଚ୍‌ ବିଜୟୀ ହୋଇଥିଲା ।

Spread the love