ବୀଭତ୍ସ ହତ୍ୟା: ୪ ପୁଅଙ୍କ ହତ୍ୟାରେ ପରିବାର ସ୍ତବ୍ଦ

ସମାନ୍ୟ ବଚସାରୁ ଲିଭିଗଲା ଗୋଟିଏ ବଂଶର କୁଳଦୀପ । ଅନ୍ଧାର ହୋଇଗଲା ଗୋଟିଏ ପରିବାରରର ଭବିଷ୍ୟତ । ଚାଲିଗଲେ ଚାରି ଚାରିଟି ଭେଣ୍ଡିଆ ପୁଅ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗାଁରେ ବୀଭତ୍ସ ହତ୍ୟା ପରେ ନିର୍ବାକ ହୋଇଯାଇଛି ପୂରା ଗଞ୍ଜାମ ଜିଲ୍ଲା । ଘଟଣା ପରଠୁ ଏବେଯାଏ ଖୋଲୁନି ପିତଳ ଛକ ବଜାର । ଭୟ ଆଉ କୋହରେ ଦିନ ବିତାଉଛନ୍ତି ବ୍ୟବସାୟୀ । ସେପଟେ କାନ୍ଦ ବୋବାଳିରେ ଫାଠି ପଡ଼ୁଛି ନରେନ୍ଦ୍ରପୁର । ମାଆ ଆଖି ଆଗରେ ଜଳିଛି ୪ କୁଳନନ୍ଦନଙ୍କ ଜୁଇ ।

ଅବେଳରେ ଆଶାଭରସାକୁ ହରାଇ ଚେତାଶୂନ୍ୟ ହୋଇଯାଉଛି ମାଆ । କିଏ ବୁଝାଇବ କାହାକୁ ? ସବୁଠି ଖାଲି ଲୁହ କାନ୍ଦ, ଆଉ ହରାଇବାର ଅସମ୍ଭବ ନିରବତା । ଗତ ୨୨ତାରିଖ ରାତିରେ ଫାଷ୍ଟଫୁଡ ଦୋକାନରେ ସାମାନ୍ୟ ବଚସାରୁ ଚାରି ଜଣଙ୍କୁ କାଠ ଫାଳିଆରେ ପିଟି ପିଟି ନିର୍ମମ ହତ୍ୟା କରିଥିଲେ ଅଭିଯୁକ୍ତ । ଘଟଣାରେ ନରେନ୍ଦ୍ରପୁର ଗାଁର ରାଜା ସ୍ବାଇଁ, ଶମ୍ଭୁ ସ୍ବାଇଁ, ପାଣ୍ଡବ ସ୍ବାଇଁ ଓ ଚନ୍ଦନ ସ୍ବାଇଁଙ୍କ ମୃତ୍ୟୁ ହୋଇଥିଲା । ସମସ୍ତଙ୍କର ଶବ ବ୍ୟବଚ୍ଛେଦ ପରେ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତିନିଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଏଯାଏ କାହାକୁ ଗିରଫ କରିନାହିଁ । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକ ଦାବି କରିଛନ୍ତି ।

ଏ ଘଟଣା ଗୋଟିଏ ପରିବାରକୁ ନିଶ୍ଟିହ୍ନ କରିଦେଇଛି  । ଏମିତି ଏକ ଘଟଣା ଆତଙ୍କ ସୃଷ୍ଟି କରିଛି  । ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କରିବା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି  । ତେବେ ପିତା-ମାତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଭଳ ନାହିଁ  । କାରଣ କେଉଁ ବାପା ମାଆ ଏମିତି କେବେ ପୁଅଙ୍କ ମୃତ୍ୟୁ ଦେଖିବେ ବୋଲି ଭାବି  ନଥିବେ  । ବୃଦ୍ଧ ବୟସରେ ୪ ଭେଣ୍ଡା ପୁଅଙ୍କ ହତ୍ୟାକୁ କିଏ ବା କେମିତି ସହି ପାରିବ  । ସେପଟେ ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଳମ୍ବ କରୁଅଛି  । କାରଣ ଏବେ ସୁଦ୍ଧା ୩ ଜଣଙ୍କୁ ପୋଲିସ ଅଟକ ରଖିଥିବାବେଳେ କାହାକୁ ମଧ୍ୟ ଗିରଫ କରିନାହିଁ  ।

Spread the love