ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପଠାଯିବ କଳାପାଣି ଜେଲ !

ରାଷ୍ଟ୍ରୀୟ ଯାଂଚ ଏଜେନ୍ସି ତରଫରୁ ଗୃହମନ୍ତ୍ରଣାଳୟକୁ ଭାରତ ଜେଲରେ ବନ୍ଦ ଥିବା ୧୦-୧୨ ଜଣ କୁଖ୍ୟାତ ଅପରାଧୀଙ୍କୁ ଆଣ୍ଡାମାନ ନିକୋବର ଜେଲ ବା କଳାପାଣିକୁ ପଠାଯିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସଙ୍ଗରେ ଗୃହମନ୍ତ୍ରଣାଳୟର ଅଧିକାରୀ ଓ ଏନଆଇଏ ଅଧିକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ଏନଆଇଏ ଗୃହମନ୍ତ୍ରଣାଳୟ ନିକଟରେ ଅପିଲ କରିଛି କି କିଛି କୁଖ୍ୟାତ ଅପରାଧୀଙ୍କୁ ଆଣ୍ଡାମାନ ନିକୋବର ଜେଲକୁ ଟ୍ରାନ୍ସଫର କରାଯାଉ ।

ସୂଚନା ଥାଉକି ଆଣ୍ଡାମାନ ନିକୋବର ଜେଲରେ କଏଦୀମାନଙ୍କ ଦଣ୍ଡ ବଡ କଠିନ ହୋଇଥାଏ । ଏହାକୁ କଳାପାଣି ବୋଲି କୁହାଯାଇଥାଏ । ସୂତ୍ର ସୂଚନା ମୁତାବକ ଏନଆଇଏ ତରଫରୁ ଦିଲ୍ଲୀ, ପଞ୍ଜାବ ଓ ହରିଆଣା ଜେଲରେ ବନ୍ଦ ଥିବା କିଛି ଗ୍ୟାଙ୍ଗଷ୍ଟରଙ୍କୁ ଆଣ୍ଡାମାନ ଜେଲ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି । କାରଣ କିଛି ଗ୍ୟାଙ୍ଗଷ୍ଟର ଭାରତୀୟ ଜେଲରେ ରହି ନିଜ ଅପରାଧୀଙ୍କ ସାମ୍ରାଜ୍ୟ ପରିଚାଳନା କରୁଛନ୍ତି । ଏନଆଇର ଉର୍ଦ୍ଦେଶ୍ୟ ହେଉଛି ଏହି ଅପରାଧୀଙ୍କ ନେଟୱର୍କକୁ ଧ୍ୱଂସ କରିବା ।

ସେପଟେ ଆଉ କିଛି ଅପରାଧୀଙ୍କୁ ଆସାମର ଡିବ୍ରୁଗଡ ଜେଲକୁ ପଠାଯିବା ନେଇ ଏନଆଇଏ ବିଚାର କରୁଛି । ଡିବ୍ରୁଗଡ ଜେଲରେ ଏବେ ବାରିସ ପଞ୍ଜାବର ଦୁଇଜଣ ମୁଖ୍ୟ ଅମୃତପାଲ ସିଂ ଓ ତାର ସହଯୋଗୀ ରହିଛନ୍ତି ।

ଗୃହମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି, ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଗ୍ୟାଙ୍ଗଷ୍ଟରଙ୍କୁ ଦକ୍ଷିଣ ଭାରତରେ ଥିବା କିଛି ଜେଲକୁ ସ୍ଥାନାନ୍ତର କରାଯିବା ନେଇ ପ୍ରସ୍ତାବ ରହିଥିଲା । ହେଲେ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସ୍ଥାନାନ୍ତର ହୋଇପାରିବ ନାହିଁ ଓ ଏହା ଏକ ଲମ୍ବା ପ୍ରକ୍ରିୟା ହୋଇଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି । ହେଲେ କଳାପାଣି ବା ଆଣ୍ଡାମାନ ନିକୋବର ଜେଲକୁ ପଠାଇବାକୁ ହେଲେ କେନ୍ଦ୍ର ସରକାରଙ୍କୁ କାହାଠାରୁ ଅନୁମତି ନେବାକୁ ପଡିବ ନାହିଁ ବୋଲି ଗୃହମନ୍ତ୍ରଣାଳୟ କହିଛି ।

Spread the love