ଫେରାର ଦୁଷ୍କର୍ମ ଅଭିଯୁକ୍ତ ଗିରଫ, ବନ୍ଧୁକ ମୁନରେ ଲୁଟିଥିଲା ନାବାଳିକାର ଇଜ୍ଜତ

ନୀଳଗିରି,୧୩/୦୯ : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ପୋଲିସକୁ ବଡ ସଫଳତା ।  ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ନୀଳଗିରି ପୋଲିସ। ଗିରଫ ଅଭିଯୁକ୍ତ ପର୍ଯ୍ୟଟକଙ୍କୁ ଧମକ ଚମକ ଦେବା ଓ ଦୁର୍ବ୍ୟବହାର ନେଇ ପୂର୍ବରୁ ଅନେକ ଅଭିଯୋଗ ରହିଛି ।

ସୂଚନାନୁସାରେ, ସୋମବାର ନୀଳଗିରି ଏସଡ଼ିପିଓ ରିତେଶ କୁମାର ମହାପାତ୍ରଙ୍କ ନିର୍ଦେଶରେ ଆଇଆଇସି ଦାୟିତ୍ୱରେ ଥିବା ବାସୁଦେବ ଜୟସିଂ ପୋଲିସ ଫୋର୍ସ ନେଇ ଗୋପ ଅଞ୍ଚଳରେ ଅଚାନକ ଚଢ଼ଉ କରିଥିଲେ। ସେଠାରୁ ଅଭିଯୁକ୍ତ କରୁଣାକର ମହାନ୍ତି ଓରଫ ବବ୍ରୁକୁ ଗିରଫ କରାଯାଇଥିଲା ।

ସୂଚନାଯୋଗ୍ୟ,  ଗତ ଜାନୁଆରୀ ୧୮ ତାରିଖ ଦିନ ଖନ୍ତାପଡ଼ା ଥାନା ଅଧିନ ଏକ ଗ୍ରାମରୁ ବୁଲିବାକୁ ଆସିଥିବା ଭାଇ ଭଉଣୀଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଧମକ ଦେଇଥିଲା ବବ୍ରୁ । ପରେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲା ।  ଏନେଇ ଥାନାରେ ଅଭିଯୋଗ ପରେ ବବ୍ରୁ ଫେରାର ହୋଇଯାଇଥିଲା ।

Spread the love