ଝିଅର ଚରିତ୍ରକୁ ସନ୍ଦେହ କରି ହତ୍ୟା କଲା, ପରେ ବାଇକ୍‌ରେ ବାନ୍ଧି ରାସ୍ତାରେ ଟାଣିଟାଣି ନେଲା

ଝିଅକୁ ହତ୍ୟା କଲା ବାପା । ଧାରୁଆ ଅସ୍ତ୍ରରେ ନିଜ ଝିଅକୁ ହତ୍ୟା କରିବା ପରେ ବାଇକ୍‌ ପଛରେ ବାନ୍ଧି ରାସ୍ତାରେ ଟାଣିଟାଣି ନେଲା । ଖାଲି ସେତିକି ନୁହେଁ, ଝିଅର ମୃତଦେହକୁ ଟ୍ରେନ୍‌ ଲାଇନ୍‌ରେ ପକାଇବା ପୂର୍ବରୁ ନୃଶଂସ ବାପା ଏପରି କରିଥିବା ଜଣାପଡ଼ିଛି । ଯାହାକୁ ନେଇ ବର୍ତ୍ତମାନ ପୋଲିସ ତଦନ୍ତ କରୁଥିବାବେଳେ ଏନେଇ ପରିବାରର ସମସ୍ତ ସଦସ୍ୟଙ୍କୁ ପଚରାଉଚରା କରୁଛି । ସୂଚନା ଅନୁସାରେ ଝିଅର ଚରିତ୍ରକୁ ସନ୍ଦେହ କରି ବ୍ୟକ୍ତି ଜଣକ ଏପରି ଏକ ନୃଶଂସ ହତ୍ୟାକାଣ୍ଡ ଘଟାଇଛି । ପୋଲିସର ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ଏହି ଘଟଣା ଘଟିଛି । ଅଭିଯୁକ୍ତ ବାପାର ଏହି ନିଷ୍ଠୁର କାର୍ଯ୍ୟ ସିସିଟିଭିରେ କଏଦ ହୋଇଛି । ଘଟଣାକୁ ନେଇ ପୋଲିସ ଜୋରଦାର ତଦନ୍ତ କରୁଛି ।
ପୋଲିସ ଆହୁରି କହିଛି କି, ସେହିଦିନ ଝିଅଟି ଘରୁ ବାହାରକୁ ଯାଇଥିଲା । ହେଲେ କିଛି ଘଣ୍ଟା ପରେ ଘରକୁ ଫେରିଆସିଥିଲା ।

Spread the love