ଅପରାଧ ଖବର; ମଣିଷର ପାଶବିକ ବ୍ୟବହାର

୧- ଭତ୍ତା ଟଙ୍କା ନ ଦେବାରୁ ବୃଦ୍ଧା ପିଉସୀଙ୍କୁ ହତ୍ୟା
ଭତ୍ତା ଟଙ୍କା ନ ଦେବାରୁ ବୃଦ୍ଧା ପିଉସୀଙ୍କୁ ଛୁରି ଭୁସି ହତ୍ୟା କରିଛି ପୁତୁରା। ମୃତକ ହେଲେ ବେତନଟୀ ଥାନା ଅଞ୍ଚଳର ଚାରୁଲତା ମିଶ୍ର। ଏହି ଘଟଣାରେ ଅଭିଯୁକ୍ତକୁ ଗ୍ରାମବାସୀ ଧରି ପୁଲିସ ଜିମାରେ ଦେଇଛନ୍ତି। ନିଶାସକ୍ତ ଅବସ୍ଥାରେ ପୁତୁରା ତନ୍ମୟ ମିଶ୍ର ଏଭଳି କାଣ୍ଡ ରଚିଛି। ପୁଲିସ ତାକୁ ଗିରଫ କରି ହତ୍ୟାରେ ବ୍ୟବହୃତ ଛୁରିକୁ ଜବତ କରିଛି।
୨- ନାବାଳିକା ଦୁଷ୍କର୍ମକାରୀ ହେଡ କନେଷ୍ଟବଳଙ୍କୁ ୨୦ ବର୍ଷ ଜେଲ୍
ଜଗତସିଂପୁର ଜିଲ୍ଲା ଫାଷ୍ଟଟ୍ରାକ କୋର୍ଟ ବିଚାରପତି ଅଜୟ କୁମାର ମହାନ୍ତି ୨୦୨୦ ମସିହାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ସିଆଇଏସଏଫ୍ ହେଡ କନେଷ୍ଟବଳ ମାରିଆପାନ କାଣ୍ଡସ୍ବାମୀଙ୍କୁସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ତାଙ୍କୁ ୨୦ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ୫ ମାସ ଜେଲ ଭୋଗିବାକୁ ଆଦେଶ ଦେଇଛନ୍ତି। ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ସିଆଇଏସଏଫ ୟୁନିଟ, ପାରାଦୀପରେ ହେଡ୍ କନେଷ୍ଟବଳ ଭାବେ ଚାକିରି କରୁଥିଲେ। ତାଙ୍କ କ୍ୱାର୍ଟର୍ସକୁ ଲାଗି ୪ ବର୍ଷର ନାବାଳିକା ନିଜ ବାପା ମା ସାଙ୍ଗରେ ରହୁଥିଲା। ନାବାଳିକାକୁ ଚକଲେଟ ଦେବାକୁ କହି ନିଜ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା।
୩- ଘରେ ପଶି ଯୁବକଙ୍କୁ ଗୁଳି
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଗୁଳି ମାଡ଼ କରାଯାଇଛି। ଗୁଳି ମାଡ଼ରେ ଝାରସୁଗୁଡ଼ା ଜିଲ୍ଲା ଶାନ୍ତି ନଗର ଅଞ୍ଚଳର ରାକେଶ ଓରାମ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ରାଜାକୁ ଗିରଫ କରିଛି। ପୁଲିସ ତା ତାଠାରୁ ଦେଶୀ ବନ୍ଧୁକ ଏକ ଖୋକା ଜବତ କରିଛି।
୪- ଟ୍ରକ୍ ଭିତରେ ପଶି ଚାଳକକୁ ଛୁରା ମାଡ଼
କେନ୍ଦୁଝର ଜିଲ୍ଲା ଯୋଡ଼ା ସହରସ୍ଥିତ ଏକ କମ୍ପାନୀର ଗେଟ୍ ନମ୍ବର୍ ୨ରେ ଖଣିଜ ବୋଝେଇ ପାଇଁ ଲାଇନରେ ଥିବା ଏକ ଟ୍ରକ ଚାଳକକୁ ଛୁରା ମାଡ଼ କରି ମୋବାଇଲ୍ ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଛୁରା ମାଡ଼ରେ ଆହତ ହୋଇଥିବା ଚାଳକ ହେଲେ ଶିବ କୁମାର ସିଂ। ୨ ଜଣ ଦୃର୍ବୁତ୍ତ ଆସି ଆକ୍ରମଣ କରିଥିବା ସେ କହିଛନ୍ତି।
୫- ଯୁବକଙ୍କ ଗଳାକାଟି ହତ୍ୟା
ଧରୁଆଡିହି ଥାନା ଅଧୀନ ଲେଢ଼ିମଙ୍ଗ ଗ୍ରାମର ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଛି। ମୃତକ ହେଲେ ଭୀମସେନ କୁମାର। ସେ ଅମରସଙ୍ଗା ଗ୍ରାମର ଜଣେ ବ୍ୟକ୍ତିଙ୍କ ଟ୍ରାକ୍ଟର ଚାଳକ ଭାବେ କାମ କରୁଥିଲେ। କେହି ଦୁର୍ବୃତ୍ତ ତାଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟିଥିବା ଦେଖାଯାଇଥିଲା।
୬- ସ୍ତ୍ରୀକୁ ହାଣି ହତ୍ୟା
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ତଥା ସଦର ଥାନା ଅଧୀନ ରେଙ୍ଗାଲି ପଞ୍ଚାୟତ ଚାରଭାଟି ଗାଁରେ ନୂଆଁଖାଇ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନୂଆଁଖାଇ ରାତିରେ ଜଣେ ନିଶାସକ୍ତ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିଛି। ମୃତ ମହିଳା ହେଲେ ଅଞ୍ଜଳି ତରିଆ। ଘଟଣା ପରେ ସ୍ଵାମୀ ସର୍ବେଶ୍ଵର ନାଏକ ଫେରାର ହୋଇଯାଇଛି। ଏନେଇ ପୁଲିସ ତଦନ୍ତ ଜାରି ରଖିଛି।
୭- ପୂର୍ବ ଶତ୍ରୁତାରୁ ଜେଲ୍ ଫେରାନ୍ତକୁ ହାଣିଦେଲେ
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବଲାଙ୍ଗିର ମାଲଗୋଦାମପଡାରେ ସୋମବାର ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ନିରଜ୍ ହରପାଲ୍। ହତ୍ୟା ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି।ତେବେ ମୁଖ୍ୟ ଅଭିଯୁକ୍ତ ଦ୍ରୋଣ କୁମ୍ଭାର ଫେରାର ହୋଇଯାଇଛି।

Spread the love