ବାସୁଦେବପୁର ବାଲିମେଦ ମନ୍ତେଇ ନଦୀରେ କୁମ୍ଭୀର ଆତଙ୍କ

ନଈ ପଠାରୁ ଗାଈକୁ ଟାଣି ନେଲା କୁମ୍ଭୀର। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଂଚାୟତ ଛାତ୍ରପଦା ଠାରେ ମନ୍ତେଇ ନଦୀରେ କୁମ୍ଭୀର ଆତଙ୍କ। ଛାତ୍ରପଦାର ମକରା ମଲିକ ଗାଈଙ୍କୁ ଆଜି ନଦୀ ପଠାରେ ଚରେଇବା ପାଇଁ ବାନ୍ଧିଥିଲେ। କିଛି ସମୟ ପରେ ଗାଈଟି ନଦୀରେ ଝଟପଟ ହୋଇ ଭାସୁଥିବା ଦେଖି ଗ୍ରାମବାସୀଙ୍କୁ ଡାକିଥିଲେ ମକରା। ଗାଈକୁ ଗଭୀର ନଈକୁ କୁମ୍ଭୀର ଟାଣି ନେଉଥିବା ଦେଖିଥିଲେ ଗ୍ରାମବାସୀ। ଗାଈକୁ ବଞ୍ଚାଇବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ତାକୁ ରକ୍ଷା କରିପାରିନଥିଲେ।
ଖବର ପାଇ ବାସୁଦେବପୁର ଜଙ୍ଗଲ ବିଭାଗକୁ ଅଧିକାରୀ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ମନ୍ତେଇ ନଈ କୂଳରେ ଛାଚ୍ରପଦା ଗାଁ ହୋଇଥିବାରୁ କୁମ୍ଭୀରକୁ ନେଇ ଭୟରେ ଅଛନ୍ତି ଗ୍ରାମବାସୀ। ଆଖ ପାଖରେ ଚାରିବାଟିଆ ଘାଟ, କରଞ୍ଜଆଡିଆ ଘାଟ, ପଦ୍ମପୁର ଘାଟକୁ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବାରୁ କୁମ୍ଭୀର ପାଇଁ ବନ ବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Spread the love