୧୫ରୁ କଂଗ୍ରେସ ଦେବ ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ ଡାକରା

ଭୁବନେଶ୍ୱର: ଦେଶରେ ଅହେତୁକ ଦରଦାମ ବୃଦ୍ଧି । ସାଧାରଣ ଯାତ୍ରୀ ଭୋଗୁଛନ୍ତି ଏହାର ଫଳ । ଏନେଇ ପ୍ରତିବାଦ କରିବ ରାଜ୍ୟ କଂଗ୍ରେସ  । ଆସନ୍ତା ୧୫ ତାରିଖରେ କଂଗ୍ରେସ ଦେବ ଆନ୍ଦୋଳନ ଡାକରା । ଦର ନିୟନ୍ତ୍ରଣ ନହେଲେ ଆନ୍ଦୋଳନ ହେବ ବୋଲି କହିଛନ୍ତି। ଏନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସର ବିଧାୟକ ସୁରେଶ ରାଉତରାୟ ।

ସେପଟେ କେବଳ କଂଗ୍ରେସ ନୁହେଁ ବିଜେଡି ମଧ୍ୟ ଦରଦାମ ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛି । ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ବହୁବାର ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛି । କେନ୍ଦ୍ର ସରକାର ଦାବି ଶୁଣିବା ପରେ ବିଜେଡି ଆନ୍ଦୋଳନରୁ ଓହରିଯାଇଛି  ।  ସେପଟେ ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଦରଦାମ ବୃଦ୍ଧି ହେଉଥିବା ଯୁକ୍ତି ବାଢିଛି ବିଜେପି ।

Spread the love