କାଉ କିପରି ଦେଇଥାଏ ଶୁଭ ଓ ଅଶୁଭ ସଙ୍କେତ

ଜ୍ୟୋତିଷଶାସ୍ତ୍ର ଅନୁସାରେ, କାଉ ଏମିତି ଏକ ପକ୍ଷୀ, ଯିଏ କି ଆଗାମୀ ଘଟଣା ବିଷୟରେ ସୂଚନା ଦେଇଥାଏ। ବିଶ୍ବାସ କରାଯାଏ ଯେ, କାଉର ଦୈବୀଶକ୍ତି ରହିଛି, ଯେଉଁ କାରଣରୁ ସେ ଭବିଷ୍ୟତ ବିଷୟରେ ଜାଣିଥାଏ। ଏବେ ଜାଣିବା କାଉକୁ ନେଇ ରହିଥିବା ଶୁଭ-ଅଶୁଭ ବିଚାର।

ଉତ୍ତର କିମ୍ବା ପୂର୍ବ ଦିଗରୁ ଦ୍ବିପହରରେ କାଉ ରାବ ଶୁଭୁଥିଲେ ତାହା ଶୁଭ ସଙ୍କେତ ଦେଇଥାଏ।

ସେହିଭଳି କାଉ ଯଦି ଶରୀରରେ ମଳତ୍ୟାଗ କରିଦିଏ ତେବେ ଏହା ଅଶୁଭକୁ ବୋଲି କୁହାଯାଏ ଏବଂ ଏହା ଅର୍ଥହାନି ହେବାର ସୂଚନା ଦେଇଥାଏ।

ଯାତ୍ରା କରିବା ସମୟରେ ଯଦି କାଉ କୌଣସି ବାସନରେ ଥଣ୍ଟ ବୁଡାଇ ପାଣି ପିଇବାର ଦେଖିଲେ ଏହା ଧନଲାଭର ସୂଚନା ଦେଇଥାଏ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରାତଃକାଳରେ ପାଦସ୍ପର୍ଶ କରି ଚାଲିଯାଏ ତେବେ ଏହା ଧନପ୍ରାପ୍ତି ହେବାର ସୂଚନା ଦେଇଥାଏ ।

ଅପରପକ୍ଷରେ କାଉ ଯଦି ମୁଣ୍ଡକୁ ଛୁଏଁ ତାହା ଅଶୁଭ ବୋଲି ଧରାଯାଏ।

ଯାତ୍ରା ସମୟରେ କାଉ ମେଳ ହୋଇ ପାଣି ପିଉଥିଲେ ଏହା ଅଶୁଭ ବୋଲି କୁହାଯାଏ। ନିକଟ ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା କୌଣସି ବଡ଼ ସଙ୍କଟକୁ ଦର୍ଶାଇଥାଏ।

ଯାତ୍ରା ସମୟରେ କାଉକୁ ଗଛ ଡାଳରେ ବସିଥିବା ଦେଖିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି।

ଛାତ ଉପରେ କାଉ ମେଳ ହୋଇ ରାବ କଲେ ଘରର ମୁଖିଆଙ୍କ ଉପରେ ବିପତ୍ତି ଥିବା କୁହାଯାଏ।

ଯାତ୍ରା କରିବା ସମୟରେ ରାସ୍ତାରେ କାଉ ରୁଟି ବା ମାଂସ ଟୁକୁଡ଼ା ନେଉଥିବାର ଦେଖିଲେ, ଆଗାମୀ ଦିନରେ ଏହା ବଡ଼ ଇଚ୍ଛା ପୂରଣ ହେବାର ସଙ୍କେତ ଦେଇଥାଏ।

ଯାତ୍ରା ସମୟରେ କାଉ ମେଳ ହୋଇ ପାଣି ପିଉଥିଲେ ଏହା ଅଶୁଭ ବୋଲି କୁହାଯାଏ। ନିକଟ ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା କୌଣସି ବଡ଼ ସଙ୍କଟକୁ ଦର୍ଶାଇଥାଏ।

Spread the love