କାଉ ମଡକ

ପାରାଦୀପର ବଡପଡିଆ, ନୂଆବଜାର ଓ ମଧୂବନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନେକ ସଂଖ୍ୟାରେ କାଉ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଦୁଇ ବର୍ଷ ତଳେ ପାରାଦୀପରେ ବାର୍ଡ ଫ୍ଲୁ ହୋଇଥିବା ବେଳେ ଏବେ  କାଉ ଗୁଡ଼ିକ ଏପରି ଚାରିଆଡେ ମରି ପଡ଼ିଥିବାର ଦେଖି ସ୍ଥାନୀୟ ଲୋଭେ ଭୟଭୀତ ହୋଇପଡ଼ିଛ ସେପଟେ ଏକାଧିକ କାଉଙ୍କ ମୃତ୍ୟୁକୁ ନେଇ ବିଭାଗୀୟ ତତ୍ପରତା ପ୍ରକାଶ ପାଇଛି। ପ୍ରାଣୀଧନ ବିଭାଗ ମୃତ କାଉଙ୍କ ନମୂନା ସଂଗ୍ରହ କରିଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପାରାଦୀପ ପ୍ରାଣୀଧନ ଚିକିତ୍ସକ କହିଛନ୍ତି।

Spread the love