ଜାଗର ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ପ୍ରବଳ ଭିଡ : ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା

ଜାଗର ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ପ୍ରବଳ ଭିଡ । ମନ୍ଦିର ବାହାରେ ଦର୍ଶନାର୍ଥୀଙ୍କ ଲମ୍ବାଧାଡି ଲମ୍ବିଛି । ପ୍ରବଳ ଭିଡ ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଛି । ୩୨ ପ୍ଲାଟୁନ ପୋଲିସ ଫୋର୍ସ ଥାଇ ବି ପରିସ୍ଥିତି ଅଣାୟତ୍ତ ହୋଇପିଡିଛି । ଦକ୍ଷିଣ ଦ୍ୱାରରେ ଶ୍ରଦ୍ଧାଳୁଙ୍କ ଭିଡ ପାଇଁ ସ୍ଥିତି ଅଣାୟତ୍ତ । ଭୁବନେଶ୍ୱର ଡିସିପି ସ୍ଥିତିକୁ ନିୟନ୍ତ୍ରଣ ପାଇଁ ପହଞ୍ଚିଛନ୍ତି । ଏପରିକି ଦକ୍ଷିଣ ଦ୍ୱାରରେ ପ୍ରବେଶ ଉପରେ କଟକଣା ଲାଗିଛି । କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାରିକେଡ୍ ଲଗାଯାଇଛି ।

Spread the love