ସ୍କୁଲ୍‌ରେ କ୍ଲାସ୍ ଚାଲିଥିବା ବେଳେ ବୋମା ମାଡ଼

ସ୍କୁଲ୍‌ରେ ପିଲାଙ୍କୁ ପାଠ ପଢ଼ାଉଥିଲେ ଶିକ୍ଷକ। ବିଷୟ ଆରମ୍ଭ ହୋଇଯାଇଥିଲା। ପିଲାମାନେ ମନ ଦେଇ ପାଠ ପଢ଼ୁଥିଲେ ଓ ସାର୍‌ଙ୍କ ପ୍ରଶ୍ନର ଉତ୍ତର ବି ଦେଉଥିଲେ। ହେଲେ ଏତିକି ବେଳେ ଭୟଙ୍କର ଗର୍ଜନ କରି ଫୁଟିଲା ବୋମା। ଚମକି ପଡ଼ି ଶ୍ରେଣୀ କକ୍ଷରୁ ବାହାରି ଆସିଲେ ଶିକ୍ଷକ ଓ ଛାତ୍ରଛାତ୍ରୀ।

ଶନିବାର ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଟଟାଗର୍ଡ ସ୍କୁଲ୍‌ରେ। ଶନିବା ସ୍କୁଲ୍ ଚାଲିଥିବା ବେଳେ ଭୟଙ୍କର ଶବ୍ଦ ଶୁଣି ସାର୍ ଓ ଶିକ୍ଷକ ଦୌଉଡ଼ି ଆସିଥିଲେ। ଦିନ ୧୧ଟା ବେଳେ ଏହି ବିସ୍ଫୋରଣ ହୋଇଥିଲା। ସ୍କୁଲ୍‌ର ଏକ କକ୍ଷରେ ଅଫୁଟା ବୋମା ଫୁଟିଯାଇଥିବାରୁ ଛାତ ଓ କାନ୍ଥ ଭାଙ୍ଗିଯାଇଥିଲା।
ଏହି ଘଟଣା ପରେ ଶିକ୍ଷକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳଲେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ କେହି ଜଣେ ଅଜଣା ବ୍ୟକ୍ତି ଅଧା ତିଆରି ହୋଇଥିବା ବୋମା ପିଙ୍ଗି ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ତଦନ୍ତ ଜାରି ରଖିଛି।

Spread the love