ଭାରତୀୟ ଇସ୍ପାତ୍ ଏବଂ ଖଣିଜ ଶିଳ୍ପ ବିକାଶରେ ନୂଆ ଅଧ୍ୟାୟ ଯୋଡିବ ଓଡିଶା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭାରତୀୟ ଇସ୍ପାତ୍ ଏବଂ ଖଣିଜ ଶିଳ୍ପ ବିକାଶର ଆଗାମୀ ପ୍ରବାହରେ ଓଡିଶା ଏକ ନୂଆ ଅଧ୍ୟାୟ ଲେଖିପାରିବ ବୋଲି ସୋମବାର ଭୁବନେଶ୍ୱର ସ୍ଥିତ ସିଏସ୍ଆଇଆର୍-ଖଣିଜ ଏବଂ ପଦାର୍ଥ ପ୍ରାଧ୍ୟୋଗିକ ସଂସ୍ଥା (ଆଇଏମଏମଟି) ଠାରେ ଓଡିଶାର ବିଭିନ୍ନ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ, ଓଡିଶାର ସରକାରୀ ଅଧିକାରୀ ଏବଂ ଇସ୍ପାତ ଶିଳ୍ପର ଅଧିକାରୀଙ୍କ ସହ ଏକ ବୈଠକ କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଅର୍ଥନୀତିର ବିକାଶ ଦିଗରେ ଯୋଗଦାନ ପାଇଁ ଆମକୁ କାମ କରିବାର ଆବଶ୍ୟକତା ରହିଛି । ଜ୍ଞାନ ଅ।।ଧାରିତ ଇକୋସିଷ୍ଟମ ଉଦ୍ୟମଶୀଳତାକୁ ତିଆରି କରିବାରେ ଇନୋଭସେନ ଏକ ଚାବିକାଠି ହେବା ଦରକାର । ଓଡିଶାର ଶିକ୍ଷାନୁଷ୍ଠାନ ମାନଙ୍କରେ ଛୋଟ ଛୋଟ ଶିଳ୍ପ ମଧ୍ୟ ଗବେଷଣାର ସୁଯୋଗ ପ୍ରଦାନ କରୁଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ । ଏହି ବଗେଷଣା ପ୍ରକ୍ରିୟା ଏହି କ୍ଷେତ୍ରର ଖଣିଜ ଏବଂ ଇସ୍ପାତ ଶିଳ୍ପକୁ ମଜବୁତ୍ କରିବ ବୋଲି ସେ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସିଏସ୍ଆଇଆର୍-ଆଇଏମଏମଟିର ଲାବ୍ରୋଟରି ପରିଦର୍ଶନ କରିଥିଲେ ।

ଶିକ୍ଷାନୁଷ୍ଠାନର ମିନେରାଲ ପ୍ରୋସେସିଂ ପାଇଲଟ ପ୍ଲାଂଟ୍ ଏବଂ ପାଇଲଟ୍ ସ୍କେଲ୍ ଫ୍ଲୁଇଡାଇଜ୍ଡ୍ ବେଡ୍ ରିଆକ୍ଟର ଏକ ଟେକ୍ନୋଲୋଜିକୁ ବିକାଶ କରିଛି । ଯାହା ଶିଳ୍ପ ପାଇଁ ନିମ୍ନ ମାନଯୁକ୍ତ ଲୁହାପଥର ଏବଂ ଥର୍ମାଲଯୁକ୍ତ  କୋଇଲାର ଉପଯୋଗ କରିବ । ଯଦି ସିଏସଆଇ୍ଆର୍-ଆଇଏମଏମଟି ସଂସ୍ଥା ଦ୍ୱାରା ବିକଶିତସ୍ୱଦେଶୀ ଜ୍ଞାନକୌଶଳର ଟେକ୍ନୋଲୋଜି ବାଣିଜ୍ୟିକ ବ୍ୟବହାର୍ଯ୍ୟ ହେବ ତେବେ ଭାରତ ଏବଂ ଓଡିଶାର ଶିଳ୍ପରେ ବଡ ପରିବର୍ତନ ଆଣିପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ସିଏସଆଇ୍ଆର୍-ଆଇଏମଏମଟି, ଏନ୍ଆଇଟି ରାଉରକେଲା, ଆଇସିଟି ଭୁବନେଶ୍ୱରର ନିର୍ଦ୍ଦେଶକ, ଉକ୍ରଳ ବିଶ୍ୱବିଦ୍ୟାଳୟର ଭୂତତ୍ୱ ବିଭାଗର ଅଧ୍ୟାପକ ବୃନ୍ଦ,ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ଇସ୍ପାତ୍ ଶିଳ୍ପର ଅଧିକାରୀମାନେ ଯୋଗଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୈଠକକାଳରେ ଗବେଷଣା କେନ୍ଦ୍ର, ଶିଳ୍ପ, ପଲିସି ନିର୍ମାତା ମଧ୍ୟରେ ଅଧିକ ସମନ୍ୱୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

Spread the love