କ୍ବାରେଣ୍ଟାଇନରେ ସିଏସ୍‌କେ : କୋଚ୍‌ ମାଇକେଲ ହସି କରୋନା ସଂକ୍ରମିତ

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ ଅଧାରୁ ସ୍ଥଗିତ ହୋଇଯାଇଛି।  ଖେଳାଳୀ ଏବଂ ଟିମ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ। ତେବେ ଏହାରି ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସ୍‌ର ବ୍ୟାଟିଂ କୋଚ୍‌ ମାଇକେଲ ହସି କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ଚେନ୍ନାଇ ଟିମର ବୋଲିଂ କୋଚ୍‌ ଲକ୍ଷ୍ମୀପତି ବାଲାଜୀ, ଟିମ ସିଇଓ ଏନ୍‌ ଶ୍ରୀନିବାସନ୍‌ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ।

ବାୟୋ ବବଲରେ ଥାଇ ମଧ୍ୟ କରୋନା ବ୍ୟାପିବା ଚିନ୍ତାଜନକ ରହିଛି। ସେଥିପାଇଁ IPLର ଅବଶିଷ୍ଟ ମ୍ୟାଚକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସର କିଛି ଖେଳାଳୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ସନରାଇରର୍ସ ହାଇଦ୍ରବାଦର ଓ୍ବିକେଟ୍‌କିପର ରିଦ୍ଧିମାନ ଶାହା ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ଭେଟେରାନ୍‌ ସ୍ପିନର ଅମିତ ମିଶ୍ରା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ।

ସୂଚନା ଅନୁସାରେ, ଆଇପିଏଲର ଅବଶିଷ୍ଟ ମ୍ୟାଚ ଆସନ୍ତା ସେପ୍ଟେମ୍ବର ମାସରେ ଖେଳାଯିବାର ସମ୍ଭାବନା ଅଛି। କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ବାକି ଥିବା ମ୍ୟାଚଗୁଡିକ ଶେଷ ହେବାକୁ ଅତିକମରେ ଏକ ମାସ ସମୟ ଲାଗିବ।

Spread the love