କଟକ ସହରରୁ ଚିହ୍ନଟ ହେଲେ ୨ କରୋନା ଆକ୍ରାନ୍ତ

କଟକ ଜିଲ୍ଲାରୁ ଚିହ୍ନଟ ୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କଟକ ସହରରୁ ୨ ଯୁବକ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ଜଣେ କ୍ୟାଣ୍ଟନମେଣ୍ଟ ରୋଡ଼ ଅଞ୍ଚଳର ଓ ଅନ୍ୟ ଜଣେ ରାଣୀହାଟ ଅଞ୍ଚଳର ବୋଲି ଜଣାଯାଇଛି। ପୂର୍ବରୁ ଆକ୍ରାନ୍ତଙ୍କ ସମ୍ପର୍କରେ ଆସି ଏହି ୨ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା  ସିଏମ୍‌ସି ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

କ୍ୟାଣ୍ଟନମେଣ୍ଟ ରୋଡ଼ ଅଞ୍ଚଳରୁ ଚିହ୍ନଟ ଯୁବକଙ୍କ ବୟସ  ୩୪ ବର୍ଷ ହୋଇଥିବା ବେଳେ  ରାଣୀହାଟରୁ ଯୁବକ ଚିହ୍ନଟ ଯୁବକଙ୍କ ବୟସ ୩୩। ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ଉଭୟଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ରାଜ୍ୟରା ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩୯୮୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୭୪୦ଜଣ ଚିକିତ୍ସାଧୀନ ଅଛନ୍ତି।

Spread the love