୮ ତାରିଖ ପର୍ଯ୍ୟନ୍ତ କଟକ ସହର ସଟଡାଉନ

ଆସନ୍ତା ଜୁଲାଇ ୮ ତାରିଖ ଯାଏଁ ସଟଡାଉନ୍ ରହିବ କଟକ ସହ । ବଢ଼ୁଥିବା କରୋନା ସଂକମ୍ରିତଙ୍କ ସଂଖ୍ୟାକୁ ଦେଖି ସିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜୁଲାଇ ୮ ତାରିଖ ରାତି ୧୨ ଟା ଯାଏଁ କଟକ ସହର ସଟ୍‌ଡାଉନ୍ ରହିବ ।କେବଳ ସଉଦା, କ୍ଷୀର ଓ ପରିବା ଦୋକାନ ଖୋଲା ରହିବ । ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ସବୁ ଦୋକାନ ଖୋଲା ରହିବ । ଅନଲାଇନରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ମଗାଇ ହେବ ବୋଲି ଅନୁମତି ମିଳିଛି । ଏହାସହ ଔଷଧ ଦୋକାନ ସମ୍ପୂର୍ଣ୍ଣ ଖୋଲା ରହିବ ବୋଲି ସିଏମସି ପକ୍ଷରୁ ଘୋଷଣା କରାଯାଇଛି ।

Spread the love