କାକୁଡି ଜୁସ୍‌ରେ ମୋଟାପଣରୁ ମିଳିବ ମୁକ୍ତି

ସାଧାରଣତଃ ବର୍ତ୍ତମାନ ସମସ୍ତେ ଦିନସାରା ଅଫିସରେ କାମ କରୁଛନ୍ତି । ଏଥିପାଇଁ  ଓଜନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ସମସ୍ତେ ଚିନ୍ତା କରୁଛନ୍ତି କି କିଭଳି ପତଳା ହେବେ। ଗ୍ରୀଷ୍ମ ଋତୁରେ କାକୁଡି ଜୁସ୍‌ ଆପଣଙ୍କ ପେଟକୁ ସୁସ୍ଥ ରଖିବ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିବ । ଯେଉଁମାନେ ଏ ବିିଷୟରେ ଜାଣିନାହାନ୍ତି ସେମାନେ ଚାଲିବା ଏବଂ ବ୍ୟାୟାମ କରି ନିଜକୁ ଫିଟ୍ କରିବାକୁ ଚେଷ୍ଟା କରୁଥିବାବେଳେ କିଛି ଲୋକ ଡାଏଟ୍ ମାଧ୍ୟମରେ ଓଜନ ହ୍ରାସ କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି । ଯଦି ଆପଣ ପତଳା ହେବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ କାକୁଡି ଜୁସ୍‌କୁ ସାମିଲ୍‌ କରନ୍ତୁ। ଯଦି ଆପଣ ଚାହାଁନ୍ତି, ଆପଣ  କାକୁଡି ଜୁସରେ କିଛି ଆଲୋ ଭେରା ତଥା ଘିଁକୁଆରୀକୁ ବି ମଧ୍ୟ ସାମିଲ୍‌ କରି ପାରିବେ। ଏହା ଜୁସ୍‌ ପିଇବା ଦ୍ବାରା ସ୍ବାସ୍ଥ୍ୟକୁ ଅଧିକ ସୁସ୍ଥ କରିବ। ଏହି ଜୁସ୍‌କୁ ଯଦି ଲଗାତାର ଭାବରେ ଏକ ମାସ ପିଇବେ ଆପଣଙ୍କ ଓଜନ ଶୀଘ୍ର ହ୍ରାସ ହେବା । ଆପଣ ଏହାକୁ ସହଜରେ ଘରେ ମଧ୍ୟ ତିଆରି କରିପାରିବେ।

ଏଥିପାଇଁ ଆପଣଙ୍କୁ ୧ କାକୁଡି ଏବଂ ଅଧା  ଧନିଆ ପତ୍ର ଦରକାର । ବର୍ତ୍ତମାନ ଆପଣଙ୍କୁ ୧ ଚାମଚ ଲେମ୍ବୁ ରସ ଏବଂ ପ୍ରାୟ ଏକ ଚାମଚ ଗ୍ରେଟେଡ୍ ଅଦା ନେବାକୁ ପଡିବ। ଆପଣ ୧ ଚାମଚ ଆଲୋ ଭେରା ରସ ମଧ୍ୟ ନେଇ ପାରିବେ ।

ଦ୍ରୁତ ଗତିରେ ଓଜନ ହ୍ରାସ କରିବା ପାଇଁ ଆପଣ ଏହି ରସକୁ କାକୁଡି ଏବଂ ଧନିଆ ପତ୍ରରୁ ପ୍ରସ୍ତୁତ କରିପାରିବେ । ଏଥିପାଇଁ ପ୍ରଥମେ କାକୁଡି ଚୋପା କାଢି ଧନିଆ ପତ୍ରକୁ ସଫା କରନ୍ତୁ । ବର୍ତ୍ତମାନ ଆଲୋ ଭେରା ଜେଲ୍ ନେଇ ଅଦାକୁ ଏକ ଗ୍ରାଇଣ୍ଡର୍ କିମ୍ବା ଜୁସିରେ ଗ୍ରାଇଣ୍ଡିଙ୍ଗ କରନ୍ତୁ । ସମସ୍ତ ଜିନିଷକୁ ଗ୍ରାଇଣ୍ଡ୍ କରିସାରିବା ବେଳେ ସେଥିରେ ଅଧା ଗ୍ଲାସ୍ ପାଣି ମଧ୍ୟ ମିଶାନ୍ତୁ । ବର୍ତ୍ତମାନ ଏହି ଜୁସକୁ ଏକ ଛାଣିରେ ଫିଲ୍ଟର୍ କରି ଏକ ଗ୍ଲାସରେ ବାହାର କରନ୍ତୁ । ପରେ ଏଥିରେ ଲେମ୍ବୁ ରସ ମିଶାନ୍ତୁ । ଏହି ଜୁସ୍‌କୁ କ୍ରମାଗତ ଭାବରେ ୧ ମାସ ପିଇଲେ ଓଜନ ହ୍ରାସ ହେବା ଆରମ୍ଭ ହେବ । ଏହି ଜୁସ୍‌ ଗ୍ରୀଷ୍ମ ଋତୁରେ ପେଟକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।

Spread the love