ମଣ୍ଡପରେ ହୋଇପାରିବ ଦୁର୍ଗା ପୂଜା: ଜିଲ୍ଲାପାଳ

କଟକ, ୨୬/୦୮: କଟକରେ ମଣ୍ଡପ ଦୂର୍ଗା ପୂଜାକୁ ନେଇ ବଢିଲା ଆଶା। ମଣ୍ଡପରେ ହୋଇପାରିବ ମାଆଙ୍କ ପୂଜା। କଟକ ଜିଲ୍ଲାପାଳ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ପୂଜା କମିଟି ଗୁଡିକ ଭିଡ ନ ଜମାଇ ପୂଜା କରିପାରିବେ। ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କଟକ ସହରର ବିଭିନ୍ନ ପୂଜା କମିଟି। କିଛିଦିନ ହେବ କଟକରେ ସାର୍ବଜନୀନ ଦଶହରା ପୂଜା ଆୟୋଜନକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ଗଣେଶ ପୂଜାଠାରୁ ସମସ୍ତ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୃର୍ତ୍ତି ତିଆରି ଆରମ୍ଭ ହୋଇଥାଏ। ମାତ୍ର ପ୍ରଶାସନର କୌଣସି ସ୍ପଷ୍ଟ ନିଷ୍ପତ୍ତି ନ ଆସିଥିବାରୁ ପୂଜା ଆୟୋଜନ ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କମିଟି। ତେବେ ଆଜିର ନିଷ୍ପତ୍ତି ପରେ ସାର୍ବଜନୀନ ପୂଜା ଆୟୋଜନ ପାଇଁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ ।

Spread the love