ହାଡ଼ିଆପଠାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ୬ ଥାକିଆ ହେବ ରିଂ ରୋଡ୍‌

ଆଜି ଦିନିଆ କଟକ ଗସ୍ତରେ ଯାଇ ମହାନଦୀର ହାଡ଼ିଆପଠାରେ କିଛି ସ୍ଥାନ ବୁଲିବା ସହ ବିଭିନ୍ନ ବିଭାଗର ପ୍ରସ୍ତାବିତ ପ୍ରକଳ୍ପ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ l ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, କଟକର ରିଂ ରୋଡକୁ ୬ ଥାକିଆ କରାଯିବ। କଟକ ସହରର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯିବ। ମହାନଦୀ ପଠା ଜମିରେ ବିଭିନ୍ନ ପ୍ରକଳ୍ପ ହେବ। କ୍ରୀଡ଼ା, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଏହି ପ୍ରକଳ୍ପ ହେବ। ଏଥିରେ ପ୍ରଶସ୍ତ ରାସ୍ତା, ଉଦ୍ୟାନ, ସବୁଜୀକରଣ ଓ ପାର୍କିଂକୁ ଗୁରୁତ୍ୱ ଦିଆଯିବ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ, ୫-ଟି ସଚିବ ଭି.କେ. ପାଣ୍ଡିଆନ, ବରିଷ୍ଠ ମନ୍ତ୍ରୀ, ଜିଲାର ସମସ୍ତ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ।

Spread the love