୧୦୦ ମିଟର ରେସର ପ୍ରଥମ ରାଉଣ୍ଡରୁ ବିଦା ହେଲେ ଦୂତୀ ଚାନ୍ଦ

ପ୍ରଥମ ରାଉଣ୍ଡରେ ଅଟକିଲେ ଦୂତୀ ଚାନ୍ଦ । ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ଶହେ ମିଟର ଫାଇନାଲକୁ ଯାଇପାରି ନାହାନ୍ତି ଓଡ଼ିଆ ଦୌଡ଼ ରାଣୀ । ୧୧ ଦଶମିକ ପାଞ୍ଚ ପାଞ୍ଚ ସେକେଣ୍ଡ ସହ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି ଦୂତୀ । ଏଥିରେ ସେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନଥିଲେ । ନିଜର ହିଟର ଚତୁର୍ଥ ଓ ମୋଟ ଉପରେ ୨୭ତମ ସ୍ଥାନରେ ରହିଥିଲେ । ଦୂତି ପ୍ରଥମ ଲାଗି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରୁଛନ୍ତ । ହେଲେ ଶହେ ମିଟର ରେସରେ ସେ ନିଜର ଛାପ ଛାଡ଼ିବାରେ ବିଫଳ ହୋଇଛନ୍ତି । ଦୂତୀ ଭାରତୀୟ ୪ ଗୁଣା ୧୦୦ ମିଟର ରିଲେ ଦଳର ମଧ୍ୟ ସଦସ୍ୟ ଅଛନ୍ତି । ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ଏହି ଦଳରେ ସାମିଲ ଅଛନ୍ତି । ୬ ତାରିଖରେ ଭାରତୀୟ ରିଲେ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ ।

Spread the love