ସ୍ଥଳଭାଗ ଛୁଇଁବନି ବାତ୍ୟା

ଭୁବନେଶ୍ୱର: ଉପକୂଳ ଲ୍ୟାଣ୍ଡଫଲ କରିବନି ବାତ୍ୟା।ପୁରୀରୁ ୧୨୫୦ କିମି ଦୂରରେ ବାତ୍ୟା, କେବଳ ୧୦ ତାରିଖ ସନ୍ଧ୍ୟାରୁ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଲଘୁଚାପ ଘନୀଭୂତ ହୋଇ ଆଗାମୀ ୩ ଘଣ୍ଟାରେ ଅବପାତରେ ପରିଣତ ହେବ। ଆସନ୍ତାକାଲି ଏହି ଅବପାତ ବାତ୍ୟାରେ ପରିଣତ ହେବ।ଏହା ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଏବଂ ଓଡିଶା ଉପକୂଳରୁ ଦୂରରେ ରହି ୧୦ ତାରିଖ ସନ୍ଧ୍ୟାରୁ ରିକର୍ଭ କରିବ ଏବଂ ୧୦ ତାରିଖ ସଂଧ୍ୟାରୁ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ବର୍ଷା ହେବ। ୧୧ ତାରିଖରେ ମଧ୍ୟ ଓଡ଼ିଶାର ଗଂଜାମ, ଗଜପତିରେ ବର୍ଷା ହେବା ସମ୍ଭାବନା ରହିଛି।

Spread the love