ରାତି ସାଢେ ୮ଟାରୁ ୧୦ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ଅମ୍ଫାନ୍ ,

ଆଜି ରାତି ୮.୩୦ରୁ ୧୦ଟା ମଧ୍ୟରେ  ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦୀପ  ମଧ୍ୟରେ ସୁନ୍ଦରବନ ନିକଟରେ  ଲ୍ୟାଣ୍ଡଫଲ କରିବ ଅମ୍ଫାନ୍। ଆଗାମୀ ଦୁଇଘଣ୍ଟା ଭିତରେ ପରାଦୀପ ଅତିକ୍ରମ କରିବ ବାତ୍ୟା। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏହି ସୂଚନା ଦେଇଛି। ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ବାଲେଶ୍ବର ଜିଲ୍ଲାର ଭୋଗରାଇ ଅତିକ୍ରମ କରିବ ବାତ୍ୟା । ବର୍ତ୍ତମାନ ସୁଦ୍ଧା ପାରାଦ୍ୱୀପରେ ୨୦୮ ମିମି ବର୍ଷା ରେକର୍ଡ଼ ହୋଇଛି । ଚାନ୍ଦବାଲିରେ ୬୭ ମିମି ଓ ଭୁବନେଶ୍ୱରରେ ୪୭ ମିମି ବର୍ଷା ରେକର୍ଡ଼ ହୋଇଛି । ବାତ୍ୟା ଅମ୍ଫାନଙ୍କୁ ନେଇ ତାଜା ସୂଚନା ଦେଇଛନ୍ତି ଏସଆରସି ।

ପାରାଦୀପ ଅଞ୍ଚଳରେ ପ୍ରବଳ ବର୍ଷା ଓ  ପବନ ଜାରି ରହିଛି। ପାରାଦୀପରେ ପବନର ବେଗ ୯୪ କିମି କରିଛି। ଏହାର ପ୍ରଭାବରେ ଢ଼ିଙ୍କିଆରେ କିଛି ପାନବରଜ ନଷ୍ଟ ହୋଇଥିବା ସୂଚନା ମିଳିଛି । ଅମ୍ପାନ ପ୍ରଭାବରେ ପୁରୀରେ ୪୮ କିମି ବେଗରେ ପବନ ବହୁଛି । ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରୟ ୧ ଲକ୍ଷ ୩୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗଞ୍ଜାମ, ନୟାଗଡ଼ ଓ ଗଜପତିରେ ଏବେ ସୁଦ୍ଧା କୌଣସି ପ୍ରଭାବ ନାହିଁ । ଜଗତସିହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି ।

Spread the love