ସୁନ୍ଦରବନରେ ଲ୍ୟାଣ୍ଡଫଲ ବାତ୍ୟା ବୁଲବୁଲ

୧୦ ତାରିଖ ସକାଳୁ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସୁନ୍ଦରବନ ଡେଲଟା ଅଂଚଳରେ ଲ୍ୟାଣ୍ଡଫଲ ହେବ ବାତ୍ୟା ବୁଲବୁଲ । ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିମି ରହିବ । ୯ ତାରିଖ ସକାଳ ପର୍ୟ୍ୟନ୍ତ ଆହୁରି ବଳ ଗୋଟାଇବ ବାତ୍ୟା ବୁଲବୁଲ୍ । ଏହା ପରେ ଆଗାମୀ ୧୨ ଘଂଟା ପର୍ୟ୍ୟନ୍ତ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବା ପରେ ପୁଣି ଉତ୍ତରକୁ ଗତି କରିବ । ବାତ୍ୟା ବୁଲବୁଲ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି ।ଏହାର ପ୍ରଭାବରେ କୋଲକାତାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି l

ସୁନ୍ଦରବନରେ ବର୍ତ୍ତମାନ ୫୧୩.୬ ହେକ୍ଟର ଜାଗାରେ ୪୦୦ରୁ ଉର୍ଦ୍ଧ ମହାବଳ ବାଘ ବାସ କରୁଛନ୍ତି, ଯାହାଙ୍କୁ ବେଙ୍ଗଲ ଟାଇଗର ବୋଲି ମଧ୍ୟ କୁହାଯାଏ । ତେବେ ସୁନ୍ଦରବନରେ ଏହା ସ୍ଥଳ ଭାଗ ଛୁଇଁବାକୁ ଯାଉଥିବାରୁ ଏଠାରେ ରହୁଥିବା ୪୦୦ ମହାବଳ ବାଘଙ୍କ ପ୍ରତି ବିପଦ ଆସିପାରେ ବୋଲି ଆଶଙ୍କା କରାଯାଉଛି ।ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାର କୌଣସି ସୁବିଧା ନାହିଁ । ତେଣୁ ବାଘଙ୍କ ସୁରକ୍ଷା ପାଇଁ ଚିନ୍ତାରେ ବନ ବିଭାଗ ଏବଂ ରାଜ୍ୟ ପ୍ରଶାସନ ।

Spread the love