ପାରାଦୀପ ଠାରୁ 100କିମି ଦୂରରେ ରହିଛି ବାତ୍ୟା
ଭୁବନେଶ୍ବର: ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ ଉତ୍ତର-ପଶ୍ଚିମ ବଙ୍ଗୋପସଗାରରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି। ବିଗତ ୬ ଘଣ୍ଟା ହେଲା ଏହା ଘଣ୍ଟା ପିଛା ୧୩କିମି ବେଗରେ ଆଗକୁ ବଢୁଛି। ଭାରତୀୟ ପାଣିପାଗ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ବୁଲେଟିନ୍ ଅନୁସାରେ ବାତ୍ୟା ଆଜି ମଧ୍ୟରାତ୍ରୀ ଠାରୁ ଆସନ୍ତାକାଲି ସକାଳ ମଧ୍ୟରେ ସ୍ଥଳଭାଗରେ ଲ୍ୟାଣ୍ଡଫଲ୍ କରିବ। ସମ୍ଭବତଃ ଏହା ଭୋର୍ ୩ଟାରୁ ୬ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ପାଣପାଗ ବିଭାଗ ପକ୍ଷରୁ କୁହାଯାଇଛି, ବାତ୍ୟା ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବ। ସ୍ଥଳଭାଗରେ ବାତ୍ୟା ପହଞ୍ଚିଲା ବେଳକୁ ପବନର ବେଗ ଘଣ୍ଟା ପିଛା ୧୦୦ରୁ ୧୧୦କିମି ରହିବ। ପବନର ବେଗ ସର୍ବାଧିକ ଘଣ୍ଟାପିଛା ୧୨୦କିମି ହୋଇପାରେ। ବାତ୍ୟା ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ପାରାଦୀପ ଓ ଗୋପାଳପୁରସ୍ଥିତ ଡପଲାର ୱେଦର ରାଡାର ଉପରେ ନଜର ରଖାଯାଇଛି।