୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି

ଆଜି ସକାଳୁ ସକାଳୁ ଭୁବନେଶ୍ୱର ସମେତ ଉତ୍ତର ଉପକୂଳବର୍ତ୍ତୀ ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ପୁରୀ, ଖୋର୍ଧା, କଟକ, ଯାଜପୁରରେ ବର୍ଷା ସହିତ ପବନର ବେଗ ୫୫ରୁ ୬୫ କିଲୋମିଟରରୁ ଅଧିକ ବଢିପାରେ । ତେବେ ଉତ୍ତର ଓଡ଼ିଶା ସଂଲଗ୍ନ ଜିଲ୍ଲାରେ ପବନର ବେଗ ୧୨୦ କିଲୋମିଟର ପର୍ୟ୍ୟନ୍ତ ଛୁଇଁପାରେ।

ଯେଉଁ ରାସ୍ତାରେ ବୁଲ୍ବୁଲ୍ ଯାଇଥିଲା, ପାଖାପାଖି ସେହି ରାସ୍ତାରେ ତା’ଠାରୁ ଅଧିକ ଉଗ୍ର ରୂପ ଧରି ବାତ୍ୟା ଅମ୍ଫାନ୍ ଆଜି ଅପରାହ୍ନରେ ସ୍ଥଳଭାଗ ଛୁଇଁବ। ଓଡ଼ିଶା ସୀମା ଅତିକ୍ରମ କରିବା ବେଳେ ଗୋଟିଏ କି ଦୁଇଟି ନୁହେଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର ଓ ମୟୂରଭଂଜରେ ବିତ୍ପାତ ରଚାଇପାରେ। ଘଣ୍ଟାକୁ ୧୦୦ ବା ୧୧୦ କିଲୋମିଟର ବେଗରେ ପବନ ବହିବ। ସ୍ଥଳବିଶେଷରେ ତୀବ୍ରତା ବଢ଼ି ୧୮୫ କିଲୋମିଟର ବେଗରେ ଗୁରାଣ୍ଡି ଦେଇପାରେ ଓଡ଼ିଶାର ଉତ୍ତର ଉପକୂଳ ସଂଲଗ୍ନ ଅଞ୍ଚଳକୁ।

ଅପରାହ୍ନ ୪ଟା ବେଳକୁ ଏହା ଦୀଘା ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅର୍ଥାତ୍ ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ। ସେତେବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ଥିବ ଓ ୧୮୫ କିଲୋମିଟର ବେଗରେ ଧକ୍କା ଦେବ।

Spread the love