ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୁଣି ଚଢାଉ ଜାରି

ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୋଲିସ ପୁଣି ଚଢାଉ କରିଛି । ସୁଶାନ୍ତ ଧଳସାମନ୍ତ ଏବଂ ସୁଶୀଲ ଧଳସାମନ୍ତଙ୍କ କଟକ ସ୍ଥିତ ସିଡିଏ ବାସଭବନରେ ଚଢାଉ ଜାରି ରହିଛି । ଚଢାଉ ବେଳେ ଧଳସାମନ୍ତଙ୍କ ଘରୁ ବନ୍ଧୁକ, ଗୁଳି ଓ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ନିକଟରେ ଧଳସାମନ୍ତଙ୍କ ସହଯୋଗୀ କର୍ପୋରେଟର ରଞ୍ଜିତା ବିଶ୍ବାଳଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଗିରଫ କରାଯାଇଥିଲା । ସେ ମଧ୍ୟ ବିଭିନ୍ନ ଅପରାଧିକ ମାମଲା ଅଭିଯୋଗରେ ୩ ଥର ଗିରଫ ହୋଇସାରିଛନ୍ତି । ତେବେ ସେହି ଆଧାରରେ କମିଶନରେଟ ପୋଲିସ ସନ୍ଦେହ କରୁଥିଲା ଯେ ଜେଲରେ ରହି ମଧ୍ୟ ଦୁଇଭାଇ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଜାରି ରଖିଥିଲେ ।

ତେଣୁ ଖବର ପାଇ କମିଶନରେଟ ପୋଲିସ ପକ୍ଷରୁ ଆଜି ଚଢାଉ ହୋଇଛି। ସେଠାରୁ ୫ରୁ ଉର୍ଦ୍ଧ୍ବ ବନ୍ଧୁକ, ବିପୁଳ ପରିମାଣର ଗୁଳି ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି ।

Spread the love