ଧଳସାମନ୍ତ ଭ୍ରାତାଙ୍କ ଘରେ ସର୍ଚ୍ଚ ଅପରେସନ ଜାରି, ପୁଣି ମିଳିଲା ୩ ବନ୍ଧୁକ ଓ ୧୪୦ ଗୁଳି

ଡି-ବ୍ରଦର୍ସ ଭାବେ ଜଣାଶୁଣା କୁଖ୍ୟାତ ଅପରାଧୀ ଧଳସାମନ୍ତ ଭ୍ରାତାଙ୍କ ଘରୁ ଆଜି ପୁଣି ଥରେ ବନ୍ଧୁକ ଓ ଗୁଳି ମିଳିଛି। ଉଭୟଙ୍କୁ ରିମାଣ୍ଡରେ ନେଇଥିବା କମିସନରେଟ୍‌ ପୁଲିସକୁ ଆଜି କଟକ ସିଡିଏସ୍ଥିତ ବାସଭବନରେ ଚଢ଼ାଉ ସମୟରେ ୩ଟି ବନ୍ଧୁକ ଓ ୧୪୦ଟି ଗୁଳି ମିଳିଛି। ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ପୁଲିସ ଧଳସାମନ୍ତ ଭ୍ରାତାଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରୁଛି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ୍‌ର ସର୍ଚ୍ଚ ଅପରେସନ ଜାରି ରହିଛି।
ସୂଚନାଯୋଗ୍ୟ ଗତ ୧୦ ତାରିଖ ରାତି ଧଳସାମନ୍ତ ଭ୍ରାତ୍ରାଙ୍କ ଘରେ ପୁଲିସ ଅତର୍କିତ ଚଢ଼ାଉ କରିଥିଲା। ଘଟଣା ଦିନ ଧଳସାମନ୍ତ ଭ୍ରାତାଙ୍କ ଘରୁ ୧୬ଟି ଚୋରା ବନ୍ଧୁକ ଓ ୧୦୯୫ଟି ଗୁଳି ଜବତ ହୋଇଥିଲା। ୨୦୧୬ରେ ଧଳସାମନ୍ତ ଭ୍ରାତା ଗିରଫ ପୂର୍ବରୁ ଏହାକୁ ଲୁଚାଇ ରଖିଥିଲେ। ଚୋରା ବନ୍ଧୁକ ଓ ଗୁଳି ଧଳସାମନ୍ତଙ୍କ ସିଡିଏସ୍ଥିତ ବାସଭବନରେ ଇଣ୍ଟେରିୟର ଡିଜାଇନ୍‌ ଭିତରେ ଲୁଚାଇ ରଖାଯାଇଥିଲା। ଅଭିଯୁକ୍ତ ପ୍ରକାଶ ବେହେରାକୁ ଜେରା ସମୟରେ ଧଳସାମନ୍ତଙ୍କ ଘରେ ଚୋରା ବନ୍ଧୁକ ଓ ଗୁଳି ଥିବା ନେଇ ସୂଚନା ମିଳିଥିଲା ୯ଏମ୍‌ଏମ୍‌ ସହିତ ଅନ୍ୟ ବନ୍ଧୁକ ମିଳିଥିଲା। ଏଗୁଡ଼ିକ ଅତି ବିପଦପୂର୍ଣ୍ଣ ଅସ୍ତ୍ର। ଜେଲରେ ଥାଇ ମଧ୍ୟ ଧଲ ସାମନ୍ତ ଭ୍ରାତ୍ରା ବାହାରେ ଲୋକଙ୍କୁ ଭୟ କରାଉଛନ୍ତି। ପୂର୍ବରୁ ସେମାନଙ୍କର ବଡ଼ ଗ୍ୟାଙ୍ଗ ଥିଲା। ଧଳସାମନ୍ତ ଦରକାର ପଡ଼ିଲେ ବନ୍ଧୁକ ଓ ଗୁଳି ବିକ୍ରି କରନ୍ତି। ଚଢ଼ାଉ ପରେ ଏପର୍ଯ୍ୟନ୍ତ ୮ ଜଣ ଗିରଫ ହୋଇଥିଲେ ଓ ୪ଟି ବାଇକ୍‌ ଜବତ ହୋଇଥିଲା।

Spread the love