କାନାଡା ବ୍ୟାଙ୍କ ଡାଇରେକ୍ଟର (ସ୍ୱାଧୀନ) ହେଲେ ବିଶିଷ୍ଟ ଚାଟାର୍ଡ ଆକାଉଂଟାଂଟ ଦିବାକର ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର : କେନ୍ଦ୍ର ସରକାର ପୁଣି ଥରେ ଜଣେ ଓଡ଼ିଆଙ୍କୁ ସମ୍ମାନ ଦେବା ସହ ବଡ଼ ପଦବୀରେ ନିଯୁକ୍ତି ଦେଇଛନ୍ତି । ଓଡ଼ିଆ ପୁଅ ତଥା ବିଶିଷ୍ଟ ଚାଟାର୍ଡ ଆକାଉଂଟାଂଟ ଶ୍ରୀ ଦିବାକର ପ୍ରସାଦ ହରିଚନ୍ଦନ କେନ୍ଦ୍ର ସରକାରଙ୍କ ଅଧିନସ୍ଥ କାନାଡା ବ୍ୟାଙ୍କ ବୋର୍ଡର (ସ୍ୱାଧୀନ) ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ।
ଶ୍ରୀ ହରିଚନ୍ଦନ ପୁରୀ ଜଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ସାତପଡ଼ାରେ ୧୯୭୦ମସିହା ଜୁଲାଇ ୮ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ଶ୍ରୀ ହରିଚନ୍ଦନ ଚିଲିକା ହାଇସ୍କୁଲରେ ଦଶମ ଶ୍ରେଣୀ ପାଶ୍ କରି ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ବାଣିଜ୍ୟରେ ଯୁକ୍ତ ଦୁଇ ପାଶ୍ କରିଥିଲେ । ଏହାପରେ ଶ୍ରୀ ହରିଚନ୍ଦନ ରେଭେନ୍ସା କଲେଜରୁ ଯୁକ୍ତ ୩ ପାସ୍ କରି ବାଣିଜ୍ୟରେ ମାଷ୍ଟର ଡିଗ୍ରିଂ ହାସଲ କରିଥିଲେ । ଏହା ପରେ ଶ୍ରୀ ହରିଚନ୍ଦନ ମଧୂସୁଦନ ଆଇନ କଲେଜରୁ ଏଲଏଲବି, ନୁଆଦିଲ୍ଲୀସ୍ଥିତ ଆଇସିଏଆଇ ଶିକ୍ଷାନୁଷ୍ଠାନରୁ ଚାଟାର୍ଡ ଆକାଉଂଟାଂଟ ଶିକ୍ଷାପ୍ରାପ୍ତ ହାସଲ କରିଛନ୍ତି ।
ଶ୍ରୀ ହରିଚନ୍ଦନ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସେକ୍ଟରରେ ଚାକିରି କରିବା ସହ ବିଭିନ୍ନ ସାମାଜିକ ସଂସ୍ଥା ସହ ଜଡିତ ଅଛନ୍ତି । ଶ୍ରୀ ହରିଚନ୍ଦନଙ୍କ ଦକ୍ଷତାକୁ ମାନ୍ୟତା ଦେଇ କେନ୍ଦ୍ର ସରକାର ତାଙ୍କୁ କାନାଡା ବ୍ୟାଙ୍କ ବୋର୍ଡର ବେସରକାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ।
କେନ୍ଦ୍ର ସରକାର ତାଙ୍କୁ ଏଭଳି ଗୁରୁଦାୟୀତ୍ୱ ପ୍ରଦାନ କରିଥିବାରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ସମସ୍ତ ଶୁଭେଚ୍ଛୁଙ୍କୁ ଶ୍ରୀ ହରିଚନ୍ଦନ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love