ବୁଥସ୍ତରରେ ସଙ୍ଗଠନ ସୁଦୃଢ କରିବା ଦିଗରେ କାର୍ଯ୍ୟ କରିବାକୁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଲେ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୧୧/୧୨: ଆଗାମୀ ଦିନରେ ରାଜ୍ୟର ତୃଣମୂଳସ୍ତରରେ ବିଜେପିର ସଙ୍ଗଠନକୁ ଆହୁରି ସୁଦୃଢ କରାଯିବ। ପ୍ରତ୍ୟେକ ବୁଥରେ ୨୫ ଜଣିଆ ବୁଥ କମିଟି ଗଠନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ଏବଂ ଲୋକଙ୍କ ସୁଖ ଦୁଃଖରେ ଭାଗିଦାର ହୋଇ ରାଜ୍ୟରେ ଆଗାମୀ ଦିନରେ କିପରି ବିଜେପି ସରକାର ଗଠନ କରିବ ସେ ଦିଗରେ କାର୍ଯ୍ୟ କରିବା ପାଇଁ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ କହିଛନ୍ତି ।

ଆଜି ରାଜ୍ୟକାର୍ଯ୍ୟାଳୟରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ୩୬ଟି ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଓ ପ୍ରଭାରୀ, ସମସ୍ତ ସାଂସଦ ଓ ସାଂସଦ ପାର୍ଥୀ, ସମସ୍ତ ବିଧାୟକ ଓ ବିଧାୟକ ପାର୍ଥୀ ମାନଙ୍କୁ ସଙ୍ଗଠନ ସୁଦୃଢ କରିବାନେଇ ଦିଶା ନିର୍ଦ୍ଦେଶ କରିଛନ୍ତି।ଗତକାଲି ରାଜ୍ୟ ପ୍ରଭାରୀ ଶ୍ରୀମତୀ ପୁରନ୍ଦେଶ୍ୱରୀ ପଦାଧିକାରୀ ବୈଠକରେ ଯୋଗ ଦେଇ ଦଳର ଆଗାମୀ ରଣନୀତି ସଂପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ। ରାଜ୍ୟ ପ୍ରଭାରୀଙ୍କ ନିର୍ଦ୍ଦେଶାନୁଯାୟୀ ବିଜେପିର ସମସ୍ତ କାର୍ଯ୍ୟକର୍ତା ଆଗାମୀ ଦିନରେ ସଙ୍ଗଠନକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ କରିବେ। ରାଜ୍ୟରେ ମହିଳା, ଯୁବକ, କୃଷକ, ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ତୃଣମୂଳସ୍ତରରେ ବିଭିନ୍ନ ବର୍ଗର ଲୋକଙ୍କୁ ଦଳରେ ସାମିଲ କରାଇ ଏକ ନୂଆ ଓଡିଶା ଗଠନ ଦିଗରେ କାର୍ଯ୍ୟ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଆସନ୍ତାକାଲି ସକାଳେ ଶ୍ରୀମତୀ ପୁରନ୍ଦେଶ୍ୱରୀ ପୁରୀ ଗସ୍ତ କରିବେ । ପୁରୀରୁ ଫେରିବା ପରେ ସକାଳ ୧୧ ଟାରେ ରାଜ୍ୟ
କାର୍ଯ୍ୟାଳୟଠାରେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସମ୍ଭୋଧିତ କରିବେ। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ରାଜ୍ୟସ୍ତରୀୟ ସାଙ୍ଗଠନିକ ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ
ନେତା ପ୍ରଦୀପ୍ତ ନାଏକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ରଓ ଲେଖାଶ୍ରୀ ସାମନ୍ତସିଂହାର, ଉପସଭାନେତ୍ରୀ ପ୍ରଭାତି ପରିଡାଙ୍କ ସମେତ ବିଜେପି ସାଂସଦ, ସାଂସଦ ପାର୍ଥୀ, ବିଧାୟକ, ବିଧାୟକ ପ୍ରାର୍ଥୀଙ୍କ ସମେତ ଦଳୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love