ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ରହିଲେ, ସେମାନଙ୍କୁ ଆଗକୁ ବଢ଼ିବାରେ କେହି ରୋକି ପାରିବେ ନାହିଁ : ଡି.ପୁରନ୍ଦେଶ୍ୱରୀ

ଭୁବନେଶ୍ୱର : ପ୍ରତି ବର୍ଷ ଭଳି ଆଜିର ଦିବସକୁ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ମଧ୍ୟ ଆନ୍ତର୍ଜାତୀକ ମହିଳା ଦିବସ ପାଳନ କରାଇଯାଇଛି । ଆଜିର ସମୟରେ ମହିଳାମାନେ କୈାଣସି କ୍ଷେତ୍ରରେ ପୁରୁଷମାନଙ୍କଠାରୁ କମ୍ ନୁହନ୍ତି ।”ଯେଉଁଠି ମହିଳାଙ୍କୁ ସମ୍ମାନ ମିଳେ, ସେଠାରେ ସ୍ୱୟଂ ଭଗବାନ ବାସ କରନ୍ତି” ହେଉଛି ଭାରତୀୟ ସଂସ୍କୃତିରେ ମହିଳାମାନଙ୍କୁ ଦିଆଯାଉଥିବା ସମ୍ମାନର ମୂଳ ଆଧାର । ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ରହିଲେ, ସେମାନେ ଆଗକୁ ବଢିପାରିବେ ଏବଂ ସେମାନଙ୍କୁ କେହି ରୋକି ପାରିବେ ନାହିଁ । ପୁରୁଷ ପ୍ରାଧାନ୍ୟ କରାଟେ ଖେଳରେ ବିଶ୍ୱରେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଡିଆ ଝିଅ ଭାଲିନା ଭାଲେଂଟିନା; କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଶବଦାହ କରି ଉଦାହରଣ ସୃଷ୍ଟି କରିଥିବା ଓଡିଆ ଝିଅ ରୁତୁରାଣୀ ସାସମଲ ପ୍ରମୁଖ ନିଶ୍ଚିତ ଭାବେ ଆମ ସମସ୍ତଙ୍କୁ କିଛି ନୂଆ କରିବାର ପ୍ରେରଣା ଦେଇଛନ୍ତି । ଆଜିର ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଶ୍ରୀମତୀ ପୁରନ୍ଦେଶ୍ୱରୀ ଏହି ଦୁଇ ଜଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ସେହିପରି ୟୁକ୍ରେନରେ ଫସି ରହିଥିବା ଓଡିଆ ଛାତ୍ରୀ ବିଜୟଲକ୍ଷ୍ମୀ ଦାସ ଏବଂ ଶାନ୍ତାସ୍ନିଗ୍ଧା ମିଶ୍ରଙ୍କୁ ମଧ୍ୟ ତାଙ୍କ ସାହାସ ପାଇଁ ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଂଶସା କରିବା ସହିତ ସମ୍ବର୍ଦ୍ଧିତ କରିଛନ୍ତି ।
ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ, ରାଜ୍ୟ ସାଧାରଣ ସମ୍ପାଦିକା ପିଙ୍କି ପ୍ରଧାନ, ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ, କାର୍ଯ୍ୟକାରିଣୀ ସଦସ୍ୟା ବନ୍ଦନା କାନୁନଗୋ, ମହିଳାମୋର୍ଚ୍ଚା ସାମାଜିକ ଗଣମାଧ୍ୟମ ସଂଯୋଜିକାସତରୂପା ମିଶ୍ର, ଗଣମାଧ୍ୟମ ସଂଯୋଜିକା ସୁଚରିତା ଜେନାମଣି, ଭୁବନେଶ୍ୱର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ଉନ୍ନତି ପରିଡା, ମାନସୀ ରାୟ ପାଢୀ,ସବିତା ପଟ୍ଟନାୟକ, ପ୍ରତୀକ୍ଷା ମହାପାତ୍ର, ଗୀତାଞ୍ଜଳୀ ଦାସ, ମୀନତି ବାରିକ, ଲିପା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love