‘ପରୀ ହତ୍ୟାକାରୀକୁ ଘଣ୍ଟ ଘୋଡ଼ାଉଛନ୍ତି ମନ୍ତ୍ରୀ, ଜବାବ ଦିଅନ୍ତୁ ନବୀନ ବାବୁ’

ଭୁବନେଶ୍ୱର, ୧୨/୧୨: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ପରୀଠାରୁ ଆରମ୍ଭ କରି ପ୍ରଦୀପ ପାଣିଗ୍ରାହୀ ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ନେଇ ବର୍ଷିଛନ୍ତି । ରାଜ୍ୟର ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ରାଜ୍ୟସରକାରଙ୍କ ପ୍ରତିଶୃତି । ସାମ୍ବାଦିକ ସମ୍ମିଳନୀ କରି ସବୁର ହିସାବ ମାଗିଛନ୍ତି ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ।

ପରୀ ହତ୍ୟା ପ୍ରସଙ୍ଗରେ ଡି.ପୁରନ୍ଦେଶ୍ୱରୀ ବିଜେଡିକୁ ଘେରିଛନ୍ତି । ସେ କହିଛନ୍ତି, ମନ୍ତ୍ରୀ ଅରୁଣ ସାହୁ ପରୀ ହତ୍ୟାକାରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି । ନବୀନ ବାବୁ ଏ ବାବଦରେ ଜବାବ ଦିଅନ୍ତୁ ।  ପରୀ ହତ୍ୟାକାରୀଙ୍କ ବିରୋଧରେ ଉଚିତ ତଦନ୍ତ କରିବା ଉଚିତ । ଏହି ଘଟଣାରେ ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି ।

ବିଜେଡି-ବିଜେପି ଗୋଟିଏ ନା କଂଗ୍ରେସ-ବିଜେଡି ଗୋଟିଏ ତାହା ଏହି ମାମଲାର ତଦନ୍ତରୁ ହିଁ ଜଣାପଡୁଛି ।  ଗତ ୨ ବର୍ଷ ହେଲା ଓଡ଼ିଶାରୁ ୫ ହଜାର ଶିଶୁ ନିଖୋଜ ହୋଇଛନ୍ତି। ସେଥିମଧ୍ୟରୁ କେବଳ ୪୦ ପ୍ରତିଶତ ପିଲାଙ୍କୁ ଉଦ୍ଧାର କରାଯାଇଛି । ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ପୂରା ବିପର୍ଯ୍ୟସ୍ତ ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି।

Spread the love