ଦାଦାବଟିକୁ କେନ୍ଦ୍ର କରି ବ୍ୟବସାୟୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ୪ ଦୁର୍ବୃତ୍ତ

ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କ । ଚକେଇସିଆଣି ବିଚ୍‌ ବଜାରରେ ଫାଷ୍ଟଫୁଡ ବ୍ୟବସାୟୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ୪ ଦୁର୍ବୃତ୍ତ । ଦାଦାବଟି ନ ଦେବାରୁ ଜୀବନ ଜ୍ୟୋତି ମହାନ୍ତିଙ୍କୁ ଗୋଡେଇ ଗୋଡେଇ ହାଣିଥିବା ଅଭିଯୋଗ ହୋଇଛି । ଏ ନେଇ ମଞ୍ଚେଶ୍ୱର ଥାନାରେ ଜୀବନ ଜ୍ୟୋତି ଅଭିଯୋଗ କରିଛନ୍ତି । ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୋଲିସ ମିତ୍ର ଥିବା କୁହାଯାଇଛି ।

Spread the love