୩୦ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ବଲାଙ୍ଗୀର ୦୪।୧୨ : ୩୦ ଦାଦନ ଶ୍ରମିକ ଉଦ୍ଧାର । ବଲାଙ୍ଗୀର ରେଳ ଷ୍ଟେସନରୁ ଏହି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ। ବାହାର ରାଜ୍ୟକୁ ଚାଲାଣ ବେଳେ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି ୨୪ ଜଣ  ଶ୍ରମିକଙ୍କ ସହ ୬ ଶିଶୁ । ଖବର ଅନୁଯାୟୀ, ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ବ୍ଲକରୁ ବିଶାଖାପାଟନମ୍‌କୁ ଯାଉଥିଲେ ଦାଦନ ଶ୍ରମିକ । ଏଥିଲାଗି ବଲାଙ୍ଗୀର ଷ୍ଟେସନରେ ବସିଥିଲେ । ହେଲେ କୌଣସି ସୁତ୍ରରୁ ଖବର ପାଇ ଚଢାଉ  କରିଥିଲେ ରେଳବାଇ ପୋଲିସ । ବାହାର ରାଜ୍ୟକୁ ଚାଲାଣ ହେଉଥିବା ସମସ୍ତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ରେଳବାଇ ପୋଲିସ । ସେମାନଙ୍କ ମଧ୍ୟରେ ୧୧ଜଣ ପୁରୁଷ, ୧୩ ମହିଳା ଏବଂ ୬ ଶିଶୁ ରହିଛନ୍ତି ।

Spread the love