ବିମାନ ବନ୍ଦରରେ ରହିବ ବିଜୁବାବୁଙ୍କ ଡାକୋଟା

ଭୁବନେଶ୍ୱର : ଓଡ଼ିଶାକୁ ଫେରିବ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଡାକୋଟା ବିମାନ ।ଭୁବନେଶ୍ୱର ବିମାନ ବନ୍ଦରର ୧.୧ ଏକର ଜମିରେ ବିଜୁବାବୁଙ୍କ ଏହି ଡାକୋଟା ବିମାନ ରହିବ । ଡାକୋଟାର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ମିଳିଲା ଅନୁମତି । ଭାରତୀୟ ବିମାନ ପ୍ରାଧିକରଣ ଏହି ଅନୁମତି ପ୍ରଦାନ କରିଛି । ତେବେ ଏହି ଡାକୋଟାର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ରାଜ୍ୟ ସରକାର କରିବେ । ବ୍ୟବସାୟିକ କାର୍ଯ୍ୟକଳାପ କରିପାରିବେନି ରାଜ୍ୟ ସରକାର । ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

Spread the love