ଭବିଷ୍ୟତର ଓଡ଼ିଆଙ୍କୁ ବୀରତ୍ବର କାହାଣୀ କହିବ ‘ଡାକୋଟା’: ଦିଲ୍ଲୀପ ରା‌ୟ

ଭୁବନେଶ୍ବର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିଜୟର ଗାଥା ଡାକୋଟା ବିମାନ (ଡିସି-୩) ଓଡ଼ିଶା ଫେରୁଥିବାରୁ ପୂର୍ବତନ ମନ୍ତ୍ରୀ ତଥା‌ ଶିଳ୍ପପତି ଦିଲ୍ଲୀପ ରାୟ ଟ୍ବିଟ୍‌ କରି ଖୁସିବ୍ୟକ୍ତ କରିଛନ୍ତି। ଓଡ଼ିଆ ଜାତିର ଗର୍ବ ଓ ସମ୍ମାନର ପ୍ରତୀକ ବିଜୁ ବାବୁଙ୍କ ସହ ଜଡ଼ିତ ଯେକୌଣସି ଜିନିଷ ସାଢ଼େ ୪ କୋଟି ଓଡ଼ିଆଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରେ। ଏହି ଐତିହ୍ୟ ବିମାନ ବିଜୁ ବାବୁଙ୍କର ବହୁ ସ୍ମୃତି ବହନ କରୁଥିବା ବେଳେ ଏହା ହେଉଛି ତାଙ୍କ ସାହସର ମୁକସାକ୍ଷୀ। ଓଡ଼ିଆଙ୍କ ବୀରତ୍ବର କାହାଣୀ ବହନ କରେ ଏହି ବିମାନ। ଏହି ବିମାନ ନିଶ୍ଚିତ ଭାବେ ପିଢ଼ି ପରେ ପିଢ଼ି ଓଡ଼ିଆ ଜାତିକୁ ଓଡ଼ିଆଙ୍କ ବୀରତ୍ବର କାହାଣୀ ଶୁଣାଇବ। ଶ୍ରୀ ରାୟ ଏହି ଅବସରରେ ଓଡ଼ିଶାବାସୀଙ୍କୁ ସେମାନଙ୍କ ଡାକୋଟା ବିମାନ ଫେରିପାଇବାକୁ ନେଇ ଅଭିନନ୍ଦନ ଜଣାଇଥିଲେ। ଏଥିସହ ଡାକୋଟା ବିମାନକୁ ଏହାର ଠିକ୍‌ ସ୍ଥାନକୁ ଫେରାଇ ଆଣିବାକୁ ଓଡ଼ିଶା ସରକାରଙ୍କ ଆବଶ୍ୟକ ଓ ସମୟୋପଯୋଗୀ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି।

Spread the love