ଦଲିଆ ଉପମା

ଆବଶ୍ୟକୀୟ ସାମଗ୍ରୀ: ଦଲିଆ, ଗ୍ରୀନ୍‌ ମଟର, ବିନ୍‌ସ, ଗାଜର, ଫୁଲ କୋବି, କଟା ପିଆଜ, ଟମାଟୋ, କଟା ଧନିଆ ପତ୍ର, ତେଲ, ଲୁଣ, ଜିରା, ସୋରିଷ, ଭୃସଙ୍ଗ ପତ୍ର, ବାଦାମ

ପ୍ରସ୍ତୁତି ପ୍ରଣାଳୀ: ଦଲିଆ ସିଝିବାକୁ ଅଧିକ ସମୟ ଲାଗୁଥିବାରୁ ଏହାକୁ ପ୍ରେସ କୁକରରେ ତିଆରି କରିବା। ପ୍ରଥମେ ପ୍ରେସରରେ କିଛି ତେଲ ପକାନ୍ତୁ। ତେଲ ଗରମ ହେବା ପରେ ଏଥିରେ ସୋରିଷ, ଜିରା ଓ ଭୃସଙ୍ଗ ପତ୍ର ପକାଇ ହାଲ୍‌କା ଭାଜନ୍ତୁ। ଏବେ ଏଥିରେ କଟା ପିଆଜ, ଟମାଟୋ, ବାଦାମ, ଗ୍ରୀନ୍‌ ମଟର, ବିନ୍‌ସ, ଗାଜର, ଫୁଲ କୋବି ପକାଇ ଭାଜନ୍ତୁ। ୨ ମିନିଟ୍‌ ପରେ ଏଥିରେ ଦଲିଆ ପକାଇ ଟିକେ ଘାଣ୍ଟନ୍ତୁ। ଏବେ ଦଲିଆ ଯେତିକି ପରିମାଣର ନେଇଛନ୍ତି ଏଥିରେ ଦୁଇଗୁଣ ପାଣି ଦିଅନ୍ତୁ। ଏବେ ସ୍ୱାଦାନୁସାରେ ଲୁଣ ପକାଇ ପ୍ରେସର କୁକରର ଢାଙ୍କୁଣି ଦେଇ ଦିଅନ୍ତୁ। ଧିମା ଆଞ୍ଚରେ ଗୋଟିଏ ସିଟି ଦେବା ପରେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। କୁକର ଥଣ୍ଡା ହୋଇଯିବା ପରେ ପ୍ରେସର ଖୋଲି ପ୍ଲେଟ୍‌କୁ କାଢ଼ି ଧନିଆ ପତ୍ରରେ ସଜାଇ ସର୍ଭ କରନ୍ତୁ ‘ଦଲିଆ ଉପମା’।

Spread the love