୯୨ ହଜାର କୋଟି ଋଣରେ ବୁଡ଼ିଛି ରାଜ୍ୟ: ଦାମ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ): ରାଜ୍ୟରେ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ୧୦ ବର୍ଷରେ ୫ ଲକ୍ଷ ଯୁବକଙ୍କୁ ଚାକିରି ଦେବାକୁ କହିଥିବା ଏହି ସରକାର ମାତ୍ର ୨୬ ହଜାର ଲୋକଙ୍କୁ ନିଯୁକ୍ତି ଦେଇଥିବା ବିଧାନସଭାରେ ସ୍ବୀକାର  କରିଛନ୍ତି ।  ବର୍ତ୍ତମାନ ୯୨ ହଜାର କୋଟି ଟଙ୍କାରୁ ଅଧିକ ଋଣକରି ସ୍ବଚ୍ଛ ଶାସନ ଦେଖାଉଥିବା ନବୀନ ସରକାରକୁ ବିତାଡିତ କରିବାର ସମୟ ଆସିଛି ବୋଲି ପୂର୍ବତନ ମନ୍ତ୍ରୀ ଡ. ଦାମୋଦର ରାଉତ  ମତବ୍ୟକ୍ତ କରିଛନ୍ତି।

ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଢେଙ୍କାନାଳ ଶାଖା ସହଯୋଗରେ ସ୍ଥାନୀୟ ରଥଗଡ଼ାଠାରେ ସନ୍ଧ୍ୟାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ଶ୍ରୀ ରାଉତ କହିଥିଲେ, ୨୦୦୫ ମସିହାରେ ସୂଚନା ଅଧିକାର ଆଇନ, ଶିକ୍ଷା ଅଧିକାର ଆଇନ ଓ ଶ୍ରମିକମାନଙ୍କ ପାଇଁ ବର୍ଷକୁ ୧୦୦ ଦିନର କାମ ଏପରି ୩ଟି ନୂଆ ଆଇନ ପ୍ରଚଳନ ହେଲା ।   ହେଲେ ଏହି ୩ଟି ଆଇନର ସଦୁପଯୋଗ ଅଦ୍ୟାବଧି ହୋଇପାରିନାହିଁ।  ରାଜ୍ୟରେ ଖଣି ଲୁଟ, ଚିଟଫଣ୍ତ କେଳେଙ୍କାରୀ, କଟକ ଭୁବନେଶ୍ବରରେ ଏକାଧିକ ପ୍ଲଟ ଜମି ହଡପ ଆଦିକୁ ନେଇ ସର୍ବଭାରତସ୍ତରୀୟ ଦୁର୍ନୀତିରେ  ଓଡ଼ିଶା ରାଜ୍ୟ ଦ୍ବିତୀୟ ସ୍ଥାନ ଅଧିକାର କରିଛି ା ବର୍ତ୍ତମାନ  ନିର୍ବାଚନ ପାଖେଇ ଆସିବାରୁ ୧ଟଙ୍କିଆ ଚାଉଳ, ଛତା, କମଳ, ସ୍ମାର୍ଟଫୋନ, ୫ଟଙ୍କିଆ ଭାତ ଡାଲମା,କାଳିଆ ଯୋଜନା ଆଦି ବିଭିନ୍ନ ଯୋଜନା କରି ସ୍ବଚ୍ଛ ଶାସନର ନାଁ ଦିଆଯାଉଛି ା ନବୀନ ପଟ୍ଟନାୟକଙ୍କ ଅମଳରେ ଆମ ସ˚ସ୍କୃତିର ମଧ୍ୟ ଅବନତି ହୋଇଛି।

ବର୍ତ୍ତମାନ ରାଜ୍ୟରେ  ବ୍ୟଭିଚାର ବଢିବାରେ ଲାଗିଛି । ଏଥିସହ ଚାଷୀ ଆତ୍ମହତ୍ୟା, ଚାଷୀଶୋଷଣ, ଧାନ ମଣ୍ତିରେ ଧାନ  ବିକ୍ର ହୋଇନପାରିବା ବଡ ସମସ୍ୟା ହୋଇଛି। ଚିଟଫଣ୍ତ ଯୋଗୁଁ ସାରା ଦେଶରେ ଓଡ଼ିଶା ବଦନାମ ହୋଇଥିବା ବେଳେ ଚିଟଫଣ୍ତ ମାମଲାରେ ବିଜେଡିର ମନ୍ତ୍ରୀ ଓ ବିଧାୟକ ମାନଙ୍କ ମଧ୍ୟରୁ ୩୩ଜଣଙ୍କ ନାମରେ ଅଭିଯୋଗ ଆସିଛି। ଏହି ସରକାର କୋଟିପତି ଓ ଶିଳ୍ପପତିଙ୍କ ସ୍ବାର୍ଥ କଥା ଚିନ୍ତା କରି ଲକ୍ଷ ଲକ୍ଷ ଆଦିବାସୀଙ୍କ ସମେତ କୋଟି କୋଟି ଗରିବ ଲୋକଙ୍କ ଦୁଃଖ ଦୂର କରିବା କଥା ଭୁଲି ଯାଇଛନ୍ତି  ବୋଲି ସେ କହିଥିଲେ।

ସୂଚନା ଅଧିକାର ଅଭିଯାନ ଢେଙ୍କାନାଳ ଶାଖାର ଆବାହକ ପ୍ରିୟବ୍ରତ ଗଡ଼ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଆଇନଜୀବୀ ସୁଧୀର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧୢରେ ଓଡ଼ିଶା ସୂଚନା ଅଧିକାର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ରିପବ୍ଲିକାନ ପାର୍ଟି ଅଫ ଇଣ୍ତିଆର ସେକ୍‌ ଅବଦୁଲ ୱାଲି, ସମାଜସେବୀ ଜୟକୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Spread the love