ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପଣ୍ଡିତ ଦାମୋଦର ହୋତାଙ୍କ ପରଲୋକ

ଭୁବନେଶ୍ୱର ୬।୨: ପ୍ରଶିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଦାମୋଦର ହୋତାଙ୍କର ରବିବାର ପରଲୋକ ହୋଇଛି। ତାଙ୍କ ପରିବାରବର୍ଗ ଏହି ସୂଚନା ଦେଇଛନ୍ତି।  ୮୭ ବର୍ଷ ବୟଷ୍କ ପଣ୍ଡିତ ହୋତା ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ପଣ୍ଡିତ ହୋତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସୋକ ପ୍ରକାଶ କରିଛନ୍ତି। ଲତା ମଙ୍ଗେସ୍କରଙ୍କ ପରଲୋକ ଖବର ସହ ପଣ୍ଡିତ ହୋତାଙ୍କ ପରଲୋକ ଉଭୟ ରାଜ୍ୟ ଓ ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଗୋଟିଏ ଦିନରେ ଦେଶ ଦୁଇ ମହାନ କଳାକାରଙ୍କୁ ହରାଇଲା ବୋଲି ସେ କହିଛନ୍ତି।

ପଣ୍ଡିତ ଦାମୋଦର ହୋତା ୨୫ ଡିସେମ୍ବର ୧୯୩୫ରେ ରାଜ୍ୟର ପ୍ରଶିଦ୍ଧ ତୀର୍ଥକ୍ଷେତ୍ର ପୁରୀରେ ଜନ୍ମଗ୍ରହଣ କରିଥିଲେ। ପିତା ପଣ୍ଡିତ ଗୋପୀନାଥ ହୋତା ଶାସ୍ତ୍ରୀୟ ସଙ୍ଗିତଜ୍ଞ ଥିଲେ। ହୋତା ହିନ୍ଦୁସ୍ତାନୀ ଏବଁ ଓଡିଶୀ ଶାସ୍ତ୍ରୀୟ ଗାୟନରେ ଜଣେ ଗୁରୁ ରୂପେ ପରିଚିତ। ସେ ଏକାଧାରରେ ସଙ୍ଗୀତକାର ମଧ୍ୟ ଥିଲେ। ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସଂଗୀତ ଓ ଲଳିତ କଳାରେ ଉତୀର୍ଣ୍ଣ ହୋଇଥିବା ବେଳେ ଡକ୍ଟର ଅଫ ମ୍ୟୁଜିକରେ ଡିଗ୍ରୀ ସମ୍ମାନରେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି।

ସେହିପରି ନବୀନ ସ୍ୱର ସାମ୍ରାଜ୍ଞୀ ଆମର ସାମୂହିକ ଚେତନାରେ ଏକ ରିକ୍ତସ୍ଥାନ ଛାଡିଗଲେ ବୋଲିନବୀନ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ତାଙ୍କର ମଧୂର ଶ୍ୱର ଲାଗି ସଂଗୀତ ପ୍ରେମୀଙ୍କ ମଧ୍ୟରେ କାଳକାଳାନ୍ତର ପର୍ଯ୍ୟନ୍ତ ଜୀବିତ ରହିବେ ବୋଲି ନବୀନ କହିଛନ୍ତି।

Spread the love