ଆଶା ନାହିଁ କିନ୍ତୁ ଲୋଭ ଛାଡୁନି !

କିଛିଦିନ ନିରବ ରହିବା ପରେ ପୁଣି ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ।  ବିଜୁ ପଟ୍ଟନାୟକଙ୍କ 104ତମ ଜନ୍ମବାର୍ଷିକୀରେ ବିଜୁବାବୁଙ୍କୁ ମନେ ପକାଇବା ସହ ସେ  ତାଙ୍କ ମନର କଥା କହିଛନ୍ତି। ସେ କହିଛନ୍ତି 22 ବର୍ଷ ଧରି ମନ୍ତ୍ରୀ ପଦରେ ରହିଲି । 7 ଥର ବିଧାୟକ ହେଲି।  ବିଜୁବାବୁଙ୍କ ମନ୍ତ୍ରୀ ମଣ୍ଡଳରେ କାମ କଲି , ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ମଧ୍ୟ କାମ କଲି ।  ଆଉ ରାଜନୀତି କରିବାକୁ ମୋର ଇଚ୍ଛା ନାହିଁ । କି କୌଣସି ପଦବୀରେ ରହିବାକୁ ବି ମୋ ଇଚ୍ଛା ନାହିଁ । ଇଚ୍ଛା କେବଳ ମୋ ପରିଚୟ କିପରି ଫେରିବ ।  ଏହା ହିଁ ମୋ ମନର କଥା । ବିଜୁ ଜୟନ୍ତି ଓ ନବୀନ ଶାସନର 20 ବର୍ଷ ପୂର୍ତ୍ତି ଅବସରରେ ଏପରି କହିଛନ୍ତି ବରିଷ୍ଠ ନେତା ଡ଼ାକ୍ତର ଦାମୋଦର ରାଉତ । 2019  ସାଦାରଣ ନିର୍ବାଚନ ପୂର୍ବରୁ ଦଳ ବିରୋଧୀ ମନ୍ତବ୍ୟ ପାଇଁ ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ ମନ୍ତ୍ରୀ ଦାମୋଦର ରାଉତ ।

ଏହାପରେ ସେ ବିଜେପିରେ ସାମିଲ ହେଲେ । 2019 ନିର୍ବାଚନ ବିଜେପି ଟକେଟରୁ ନିର୍ବାଚନ ଲଢିଲେ । ନିର୍ବାଚନ ପରେ ପୁଣି ଇସ୍ତଫା ଦେଲେ । ଏବେ ଦାମରାଉତ କେଉଁ ଦଳରେ ନାହାନ୍ତି । ବିଜେଡ଼ିକୁ ଫେରିବା ପାଇଁ ବ୍ୟାକୁଳ ହେଲେଣି ବୋଲି ରାଜନୈତିକ ସୀକ୍ଷକମାନେ କହୁଛନ୍ତି । ବିଜୁ ଜୟନ୍ତୀରେ ଦାମବାବୁ ବିଜେଡ଼ିକୁ ଫେରିଲେ ନିଜର ପରିଚୟ ସେ ପାଇବେ ବୋଲି କହିଛନ୍ତି । ଦାମଙ୍କ କହିବା କଥା ହେଉଛି ବିଜେଡ଼ି ବିନା ମୋର ପରିଚୟ ନାହିଁ । ତେଣୁ ଶେଷ ସମୟରେ ମୋ ଉପରେ ବହିଷ୍କାର ଆଦେଶ ଉଠାଇଦେଲେ ମୁଁ ଖୁସି ହେବି ଓ ଯେଉଁ ପରିଚୟ ମୋର ଚାଲିଯାଇଛି ତାହା ବି ଫେରିପାଇବି । ଅର୍ଥାତ ବିଜେଡ଼ି ବିନା ମୋର କିଛି ପରିଚୟ ନାହିଁ ବୋଲି ଦାମ କହିଛନ୍ତି ।

Spread the love