ନବ ବିବାହିତ ସ୍ୱାମୀ-ସ୍ତ୍ରୀ ମୃତ

କେନ୍ଦ୍ରାପଡ଼ା ୨୭।୦୩ : କାନ୍ଥରୁ ବାହା ଚିତା ଲିଭିନି କିନ୍ତୁ ଲିଭିଗଲା ନବ ବିବାହିତ ସ୍ୱାମୀ-ସ୍ତ୍ରୀଙ୍କ ଜୀବନ ଦୀପ। କେନ୍ଦ୍ରାପଡ଼ା ସଦର ଥାନା କଳପଡା ଗାଁରେ ଅଭାବନୀୟ ଘଟଣା ଘଟି ଯାଇଛି। ପାରିବାରିକ କଳହକୁ କେନ୍ଦ୍ର କରି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍ୱାମୀ-ସ୍ତ୍ରୀ ଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ରବୀନ୍ଦ୍ର ବେହେରା ତାଙ୍କ ବୟସ ୨୫ ବର୍ଷ ହେବ ଓ ମୃତ ସ୍ତ୍ରୀ ଅନୁସୂୟା ବେହେରାଙ୍କ ବୟସ ୨୨ ବର୍ଷ ହେବ ବୋଲି ଜଣାପଡିଛି।

ଖବର ଅନୁଯାୟୀ,  ଗତ ମାର୍ଚ୍ଚ ୨୪ ତାରିଖ ବିଳମ୍ବିତ ରାତିରେ ଉଭୟ ସ୍ବାମୀ-ସ୍ତ୍ରୀ ବିଷ ପିଇ ଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଘର ପାଖରୁ କିଛି ଦୁରରେ ଥିବା ଏକ ଚାଷ ଜମିରୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୨୫ ତାରିଖରେ ପ୍ରଥମେ ସ୍ତ୍ରୀ ଅନୁଶୟା ମୃତ୍ୟୁବରଣ କରିଥିବା ବେଳେ ଶନିବାର ସନ୍ଧ୍ୟାରେ ରବିନ୍ଦ୍ର ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଗାଁ ମଶାଣିରେ ଗୋଟିଏ ଜୁଇରେ ଜଳିଛି ପତି-ପତ୍ନୀଙ୍କ ମୃତଦେହ ।

Spread the love