ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ କୃଷ୍ଣ ଚନ୍ଦ୍ର ପାତ୍ର ପରିଦର୍ଶନ କରିବା ସହ ଲୋକଙ୍କୁ ଭେଟିଛନ୍ତି
ଆନନ୍ଦପୁର ସବଡିଭିଜନ ରେ ଦାନା ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ କୁ ଓଡିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀମାନ କୃଷ୍ଣ ଚନ୍ଦ୍ର ପାତ୍ର ପରିଦର୍ଶନ କରିବା ସହିତ ବାତ୍ୟା ଆଶ୍ରୟସ୍ଥଳୀ ରେ ରହୁଥିବା ଲୋକ ମାନଙ୍କୁ ଭେଟିଛନ୍ତି। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଙ୍କ ନେତୃତ୍ଵରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମର୍ଦ୍ଧିତ କରିଥିଲେ।
ଆନନ୍ଦପୁର ସବଡିଭିଜନ ର ଆନନ୍ଦପୁର ମୁନିସିପାଲିଟି ଅନ୍ତର୍ଗତ ଆନନ୍ଦପୁର କଲେଜ, ବି.ଏନ୍. ହାଇସ୍କୁଲ ଓ ହାଟଡିହି ବ୍ଲକ ଅନ୍ତର୍ଗତ ସୁନ୍ଦରିଆପାଲ ଠାରେ ଅବସ୍ଥିତ ଆଦର୍ଶ ବିଦ୍ୟାଳୟ ମାନଙ୍କରେ ଖୋଲା ଯାଇଥିବା ବାତ୍ୟା ଆଶ୍ରୟସ୍ଥଳୀ କୁ ପରିଦର୍ଶନ କରିବା ସହିତ ବାତ୍ୟା ବିପନ୍ନଙ୍କୁ ଭେଟି ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ, ବିଜେପି ଘସିପୁରା ବିଧାୟକ ପ୍ରାର୍ଥୀ ଡକ୍ଟର ଶମ୍ଭୁନାଥ ରାଉତ, ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଆଲୋକ କୁମାର ସେଠୀ, ନାରୀ ନେତ୍ରୀ ସୁଶ୍ରୀ ଝାନସୀରାଣୀ ଦାସ,ଯଞ୍ଜ ପ୍ରସାଦ ସାହୁ, ଶରତ କୁମାର ସେଠୀ, ରାମଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ମହାପାତ୍ର, ପ୍ରାଣବନ୍ଧୁ ସାହୁ, ନିରାକାର ଦଳେଇ, ତପନ କୁମାର ଧୀର, ମଧୂସୁଦନ ରାଉତ, ଧବଲେଶ୍ବର ସାହୁ, ଯଞ୍ଜ ଦତ୍ତ ପଣ୍ଡା, ରଘୁନାଥ ନାହାକ, ରାଜା ମାହାତୋ, ନରହରି ପଣ୍ଡା, ଅସିମା ମିଶ୍ର, ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।