ଭାରତରେ ଥିବା ଏହି ସ୍ଥାନକୁ ଥରେ ଯିଏ ଯାଇଛି, ତା’ର ଆଉ ମିଳିପାରିନି ପତ୍ତା

ଭାରତ ଓ ଚୀନ ସୀମାନ୍ତରେ ଏକ ଏଭଳି ରହସ୍ୟମୟ ଘାଟୀ ରହିଛି, ଯେଉଁଠାକୁ ଯିଏ ଥରେ ଯାଇଛି ଆଉ କେବେ ବି ଫେରିନି। ଶାଙ୍ଗରୀ ଘାଟୀ ଭାବେ ଜଣାଶୁଣା ଏହି ଘାଟୀ ତିବ୍ଦତ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଅବସ୍ଥିତ। ଖାସ୍‌ କରି ତନ୍ତ୍ରମନ୍ତ୍ରରେ ଏହି ଘାଟୀ କଥା ଉଲ୍ଲେଖ କରାଯାଇଛି। ବରମୁଡା ଟ୍ରାଏଙ୍ଗଲ ଭଳି ଏହି ଘାଟୀକୁ ମଧ୍ୟ ଦୁନିଆର ସବୁଠାରୁ ରହସ୍ୟମୟ ସ୍ଥାନ ଭାବେ ଗଣାଯାଏ। କୁହାଯାଏ ଯେ ଏହି ଘାଟୀର ସମ୍ପର୍କ ଅନ୍ୟ ଲୋକ ବା ଭୂତଲୋକ ସହ ରହିଛି।ତନ୍ତ୍ର ସାହିତ୍ୟ ଲେଖକ ଅରୁଣ କୁମାର ଶର୍ମା ମଧ୍ୟ ନିଜ ପୁସ୍ତକରେ ଏହି ରହସ୍ୟମୟ ଘାଟୀ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ବିଶ୍ୱାସ କରାଯାଏ ଯେ ଏହି ସ୍ଥାନରେ ଉଭୟ ବସ୍ତୁ ଓ ମନୁଷ୍ୟଙ୍କ ଅସ୍ତିତ୍ୱ ଦୁନିଆରୁ ହିଁ ଗାଏବ ହୋଇଯାଏ। ଅନ୍ତରୀକ୍ଷର କୌଣସି ସ୍ଥାନ ସହ ଏହି ଘାଟୀର ସିଧାସଳଖ ସମ୍ପର୍କ ଥିବା ସେ କହିଛନ୍ତି। ଯେକୌଣସି ବ୍ୟକ୍ତି ଥରେ ଏହି ଘାଟୀ ଉପରକୁ ଗଲେ ଆଉ ଫେରିପାରେନାହିଁ କିମ୍ବା ତାଙ୍କ ବିଷୟରେ କିଛି ଜଣାପଡ଼େ ନାହିଁ। ଏମିତିକି ତାଙ୍କ ମୃତ ଶରୀର ମଧ୍ୟ ମିଳେ ନାହିଁ କିଛି ଲୋକ ଦାବି କରିଛନ୍ତି।ତିବ୍ଦତୀ ଭାଷାରେ ଲିଖିତ ପୁସ୍ତକ ‘କାଳ ବିଜ୍ଞାନ’ରେ ମଧ୍ୟ ଏହି ଶାଙ୍ଗରୀ ଘାଟୀ ବିଷୟରେ ବର୍ଣ୍ଣନା କରାଯାଇଛି। ପୁସ୍ତକରେ ଲିଖିତ ଅଛି ଯେ ଦୁନିଆର ପ୍ରତ୍ୟେକ ଜିନିଷ ସ୍ଥାନ ଓ ସମୟ ସହ ଅନୁବନ୍ଧିତ। କିନ୍ତୁ ଏହି ଘାଟୀରେ ସମୟ ବା କାଳର କୌଣସି ପ୍ରଭାବ ପଡ଼େ ନାହିଁ।

ଏଠାରେ ପ୍ରାଣ, ମନର ବିଚାର ଶକ୍ତି, ଶାରୀରିକ କ୍ଷମତା ଏବଂ ମାନସିକ ଚେତନା ବହୁତ ଅଧିକ ବଢ଼ିଯାଏ। ଏହି ସ୍ଥାନକୁ ପୃଥିବୀର ଆଧ୍ୟାତ୍ମିକ କେନ୍ଦ୍ର ମଧ୍ୟ କୁହାଯାଏ। ତାନ୍ତ୍ରିକମାନେ ଏହି ସ୍ଥାନକୁ ତନ୍ତ୍ରସାଧନା କରିବାକୁ ଆସିଥାନ୍ତି। ଏଠାରେ କୌଣସି ଶବ୍ଦ ଶୁଭେ ନାହିଁ ବୋଲି କୁହାଯାଏ।କେତେକ ବୈଜ୍ଞାନିକ ଏହି ସ୍ଥାନ ପଛରେ ଥିବା କାରଣ ଖୋଜିବାକୁ ମଧ୍ୟ ବାରମ୍ବାର ପ୍ରୟାସ କରିଛନ୍ତି, କିନ୍ତୁ ସେମାନେ ବିଫଳ ହୋଇଛନ୍ତି। କିଛି ଲୋକ ତ ସବୁଦିନ ପାଇଁ ଗାଏବ ବି ହୋଇଯାଇଛନ୍ତି। କୁହାଯାଏ ଯେ ଚୀନ ସେନା ଏକ ଲାମାର ପିଛା କରି କରି ଏହି ଘାଟୀ ନିକଟକୁ ଆସିଥିଲେ କିନ୍ତୁ କୌଣସି ପତ୍ତା ପାଇନଥିଲେ।

Spread the love