ପାଟଣା ରେଞ୍ଜରେ ମାତିଲା ଗୋଠଛଡା ଦନ୍ତା

ପାଟଣା,୨୦/୧୨  କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ । ରବିବାର ବିଳମ୍ବିତ ରାତିରେ ଏକ ଗୋଠଛଡା ଦନ୍ତା ପାଟଣା ରେଞ୍ଜର ମଲାରପଦା ଗାଁ ଓ ଧାରୁଆପଡା ଗାଁରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛି । ଏହା ସହ ମଲାରପଦାରେ ୪ଟି ଘର ଓ ଧାରୁଆପଡାରେ ୫ଟି ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛି।

ଗାଁ ଭିତରେ ଗୋଠ ଛଡା ଦନ୍ତା ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଅନ୍ୟ ପଟେ ୨୬ ଟିକିଆ ହାତୀପଲଙ୍କ ଉପଦ୍ରଵରେ ଅତିଷ୍ଠ ହେଲେଣି ଲୋକେ ୨୬ ଟିକିଆ ହାତୀପଲ ସଞ୍ଜ ନଇଁଲେ ଗାଁ ଭିତରକୁ ପ୍ରବେଶ କରି ଉପଦ୍ରବ ଚଲାଇଛନ୍ତି ।  ବନ ବିଭାଗ ପକ୍ଷରୁ ଗୋଠ ଛଡା ଦନ୍ତାକୁ ଅନ୍ୟ ହାତୀପଲଙ୍କ ସହ ମିଶାଇବା ପାଇଁ କସରତ ଆରମ୍ଭ ହୋଇଛି । ଏପରିକି ସ୍ଥାନୀୟ ଅଞ୍ଚଳରୁ  ହାତୀପଲଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଛି। ଖୁବ ଶୀଘ୍ର ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବା ପାଇଁ ଗାଁ ଲୋକେ ଦାବି କରିଛନ୍ତି ।

Spread the love