ଜାଡ଼ରେ ଥରୁଛି ଓଡ଼ିଶାର କାଶ୍ମୀର

ଦାରିଙ୍ଗବାଡ଼ି ୦୮/୧୧: ଓଡ଼ିଶାର କଶ୍ମୀର ତଥା ଭୂସ୍ୱର୍ଗ କୁହାଯାଉଥିବା ଦାରିଙ୍ଗବାଡ଼ିରେ ଦିନ କୁ ଦିନ ଶୀତର ପ୍ରକୋପ ବୃଦ୍ଧି ପାଉଛି । ପ୍ରତିଦିନ ତାପମାତ୍ରା ନିମ୍ନଗାମୀ ହେଉଥିବା ବେଳେ ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଉଛି । ରବିବାର ଦିନ ଏବର୍ଷର ସର୍ବନିମ୍ନ ତାପମାତ୍ରା ୯.୫ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି ।

ତାପମାତ୍ରା ଏଭଳି ନିମ୍ନଗାମୀ ହେଉଥିବା ବେଳେ ଅଞ୍ଚଳରେ ଜାଡ଼ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକ ଶୀତ ପାଇଁ ଅସହ୍ୟ ହୋଇଗଲେଣି । ସ୍ଥାନୀୟ ଲୋକ ଥଣ୍ଡାରୁ ରକ୍ଷା ପାଇବା ପାଇଁ ସକାଳୁ କିଏ ନିଆଁର ସାହାରା ନେଉଛନ୍ତି ତ ଆଉ କିଏ ଗରମ ପାନୀୟ ଜଳ ବ୍ୟବହାର ସହ ଶୀତବସ୍ତ୍ର ପରିଧାନ କରୁଛନ୍ତି । ଏଭଳିକି କିଛି ଲୋକ ସକାଳୁ ପ୍ରାତଃଭ୍ରମଣରେ ଘରୁ ବାହାରି ଯାଉଛନ୍ତି ।

ଥଣ୍ଡା ବୃଦ୍ଧି ପାଇବା ଯୋଗୁଁ ଲୋକେ କାମ ଧନ୍ଦାକୁ ସଠିକ ସମୟରେ ଯାଇପାରୁନାହାନ୍ତି । ବୃଦ୍ଧବୃଦ୍ଧା ମନେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅନ୍ୟ ପକ୍ଷରେ ଥଣ୍ଡା ବୃଦ୍ଧି ପାଇବା ଫଳରେ ଦାରିଙ୍ଗବାଡ଼ିରେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରତି ଦିନ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଶୀତର ମଜାନେବା ପାଇଁ ଦାରିଙ୍ଗବାଡ଼ି ଆସୁଛନ୍ତି ।

Spread the love