ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ

କଟକ: ୪ଟି ବିଭାଗରେ ଆଉଟସୋର୍ସିଂରେ କାମ କରୁଥିବା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବା ଲାଗି ରାଜ୍ୟ ସରକାରଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଲୋକାଲ ଫଣ୍ଡ ଅଡିଟ, ସବ୍-ରେଜିଷ୍ଟ୍ରି ଅଫିସ, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମି ଆଦି ୪ଟି ବିଭାଗରେରେ କାର୍ଯ୍ୟରତ ଥିବା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ନିୟମିତ କରିବା ସହ ସମସ୍ତ ସୁବିଧା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାବାଦ୍ ଠିକା କର୍ମଚାରୀଙ୍କୁ ନିୟମିତ ନେଇ ଥିବା ଗାଇଡଲାଇନରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏହାଦ୍ୱାରା ପାଖାପାଖି ୧୫ ଶହରୁ ଅଧିକ ଠିକା କର୍ମଚାରୀ ଉପକୃତ ହେବେ। ପୂର୍ବରୁ ଅନେକ ସମୟରେ ଠିକା କର୍ମଚାରୀମାନେ ନିଯୁକ୍ତିକୁ ନିୟମିତ କରିବାକୁ ବାରମ୍ବାର ରାସ୍ତାକୁ ଓହ୍ଲାଇଛନ୍ତି। ଆଉ ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏବେ ନିୟମିତ ହେବେ ଠିକା ଡାଟା ଏଣ୍ଟ୍ରି ଅପରେଟର।

Spread the love