ଖଜୁରୀର ଉପକାରାତା

ଟିଭିଟିଏ ବଡ଼ ହେଲେ ମଧ୍ୟ ତା ପାଇଁ ଛୋଟ ରିମୋଟିଏ ଦରକାର ଠିକ ସେମିତି ସାମାନ୍ୟ ଦେଖାଯାଉଥିବା ଖଜୁୁରୀ ଫଳ ପୋଷକ ତତ୍ତ୍ୱର ଖଣି ଅଟେ।ବିିିଷେଶକରି ଗର୍ଭବତୀ ମହିଳା ମାନେ ଖଜୁରୀ ଖାଇବା ଦ୍ୱାରା ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ।ତେବେ ଆସନ୍ତୁ ଜାଣିବାା  ଖଜୁରୀ ଫଳର ଚମତ୍କାରୀ ଗୁଣ –

ଖଜୁରୀରେ ମିନେରାଲ୍ସ ଓ ଭିଟାମିନରେ ଭରପୁର ହୋଇ ଥାଏ।ତାହାଛଡ଼ା ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ମାତ୍ରା ଅଧିକ ପରିମାଣରେ ରହିଛି। ଆଣ୍ଟି-ଅକ୍ସିଡାଣ୍ଟର ଉପକାରୀ ଗୁଣ ଅନୁଯାୟୀ ,ଏହା କୋଷକୁ ନଷ୍ଟ ହେବାରେ ରୋକି ଥାଏ। ଫଳରେ ମାରାତ୍ମକ ରୋଗ ଶରୀର ଠାରୁ ଦୂରେଇ ରହିଥାଏ।

ଖଜୁରୀରେ କ୍ୟାଲୋରୀ ଅଧିକ ମାତ୍ରାରେ ରହିଥାଏ। ଏହା ଆପଣଙ୍କୁ ଶକ୍ତି ଯୋଗାଇଥାଏ।

ଏହାସହ ଏଥିରେ ଫାଇବର ମଧ୍ୟ ରହିଛି। ଏହା ଆୟୁ ବୃଦ୍ଧି କରିଥାଏ ବୋଲି କୁହାଯାଏ।

ଖଜୁରୀରେ କର୍କଟ ଓ ହୃଦୟ ଜନିତ ରୋଗ ପାଇଁ ଆବଶ୍ୟକ ଥିବା ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ। ଏହାର ସେବନ ଦ୍ୱାରା ମଧୁମେହ,କର୍କଟ ଭଳି ରୋଗ ହେବାର ସମ୍ଭାବନା ଖୁବ କମ ଥାଏ।

ଏଥିରେ ଥିବା ପୋଷକ ତତ୍ତ୍ୱ ଚକ୍ଷୁ ଓ ହୃଦୟ ପାଇଁ ଖୁବ ଉପକାରୀ।

ଖଜୁରୀରେ ଭିଟାମିନ ବି ୧, ବି୨, ବି୩, ବି୫, ବି ଏ୧ ଭଳି ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। କିଛି ମହିଳାଙ୍କ ଉପରେ ହୋଇଥିବା ଗବେଷଣା ଅନୁଯାୟୀ, ଗର୍ଭବତୀ ମହିଳା ମାନେ ଖଜୁରୀ ଖାଇବା ଦ୍ୱାରା ମାଆ ଓ ଗର୍ଭସ୍ଥ ଶିଶୁ ସୁସ୍ଥ ରହିଥାଆନ୍ତି। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ ହୋଇଥାଏ।

Spread the love