ଫାଟିଲା ଫ୍ରିଜ, ଜଳିଗଲେ ନଣନ୍ଦ-ଭାଉଜ

ମୁଜାଫରପୁର: ରୋଜଗାର ପାଇଁ ସୁରତ ଯାଇଛି ପୁଅ | ଆଉ ବୃଦ୍ଧା ଶାଶୁଙ୍କ ସାମ୍ନାରେ ହୁତୁହୁତୁ ହୋଇ ଜଳିଗଲେ ନବବିବାହିତା ବୋହୂ ଓ ଝିଅ | ବିହାରର ମୁଜାଫରପୁରରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶନିବାର ରାତିରେ ଫ୍ରିଜରେ ବିସ୍ଫୋରଣ ଘଟି ଘରର ଦୁଇ ଜଣ ପୋଡି ପାଉଁଶ ହୋଇଯାଇଥିଲେ। ମୁଜାଫରପୁର ଜିଲ୍ଲାର ପରମାନନ୍ଦପୁର ଗାଁରେ ଏଭଳି ଘଟଣା ଘଟିଛି | ଏହି ଦୁର୍ଘଟଣାରେ ଯେଉଁ ଦୁଇଜଣଙ୍କର ମୃତ୍ୟୁ ହୋଇଛି ସେମାନେ ସଂପର୍କରେ ଭାଉଜ ଓ ନଣନ୍ଦ ଥିଲେ | ମୃତକଙ୍କ ନାମ ରିଙ୍କୁ (୨୦) ଏବଂ ରିଚା (୨୦) ବୋଲି ଜଣାପଡିଛି। ରିଚା ଏବଂ ରିଙ୍କୁ ଗୋଟିଏ କୋଠରୀରେ ଶୋଇଥିବାବେଳେ ଥିବାବେଳେ ରିଙ୍କୁଙ୍କ ମା ଅନ୍ୟ କୋଠରୀରେ ଥିଲେ। ବଡ କଥା ଯେ ଯେ ରିଚା ମେ ୧୮ରେ ଘରର ରୋଜଗାରିଆ ପୁଅ ନୀରଜଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ନୀରଜ ରୋଜଗାର କରିବାକୁ ସୁରତକୁ ଚାଲିଯାଇଥିଲେ।

ଘରେ କେବଳ ବୃଦ୍ଧା ଶାଶୁ, ବୋହୂ ଓ ନଣନ୍ଦ ଥିଲେ | ଏହି ଘଟଣା ବିଳମ୍ବିତ ରାତି ପ୍ରାୟ ସାଢେ ଗୋଟାଏ ବେଳେ ଘଟିଥିଲା। ବିସ୍ଫୋରଣରେ ଶାଶୁଙ୍କ ଆଖି ସାମ୍ନାରେ ଝିଅ ଓ ବୋହୂ ଜଳିଯାଇଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ଲୋକ କଠିନ ପରିଶ୍ରମ କରିଥିଲେ ମଧ୍ୟ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ପ୍ରାଥମିକ ସୂଚନା ମୁତାବକ ସର୍ଟ ସର୍କିଟ ଯୋଗୁଁ ଫ୍ରିଜରେ ନିଆଁ ଲାଗିଯାଇଥିଲା ଏବଂ ଫ୍ରିଜଟି କିଛି ସମୟ ମଧ୍ୟରେ ଫାଟିଯାଇଥିଲା | ଏହା ପରେ ନିଆଁ ଘରେ ବ୍ୟାପିଗଲା। ବିସ୍ଫୋରଣ ହେତୁ ଆଖପାଖର ଲୋକମାନେ ମଧ୍ୟ ପହଞ୍ଚିଥିଲେ ଓ ନିଆଁ ଲିଭାଇ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ |

Spread the love