ସିଡିଏସ ଜେନେରାଲ ବିପିନ ରାୱତଙ୍କୁ ମରଣୋତ୍ତର ‘ପଦ୍ମ ବିଭୂଷଣ’ରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ ୨୧।୦୩:   ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି । ଦିବଙ୍ଗତ ସିଡିଏସ ବିପିନ ରାୱତଙ୍କ ଦୁଇ ଝିଅ କୃତିକା ଏବଂ ତାରିଣୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ଡିସେମ୍ୱର 8 ତାରିଖରେ ତାମିଲନାଡୁରେ ଏକ ବିମାନ ଦୁର୍ଘଟଣାରେ ସିଡିଏସ ବିପିନ ରାୱତ ପ୍ରାଣ ହରାଇଥିଲେ ।

ଏହାସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି। ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଦେବେନ୍ଦ୍ର ଝାଝାରିଆଙ୍କୁ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ସିରମ ଇଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ଏମଡି ସାଇରସ ପୁନାୱାଲାଙ୍କୁ ବ୍ୟବୟାସ ଏବଂ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ପଦ୍ମ ବିଭୂଷଣ ଭାରତ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ। ୨୦୨୨ ମସିହା ପାଇଁ ମୋଟ ୪ଟି ପଦ୍ମ ବିଭୂଷଣ, ୧୭ଟି ପଦ୍ମ ଭୂଷଣ ଏବଂ ୧୦୭ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ସମ୍ମାନ ପାଇବାକୁ ଥିବା ତାଲିକାରେ ମୋଟ ୩୪ ଜଣ ମହିଳା ରହିଛନ୍ତି। ଏହାଛଡା ୧୩ ଜଣଙ୍କୁ ମରଣୋତ୍ତର ପଦ୍ମ ସମ୍ମାନାରେ ସମ୍ମାନିତ କରାଯିବ। ପଦ୍ମ ପୁରସ୍କାର ବିତରଣର ଦ୍ୱିତୀୟ ସମାରୋହ ଆସନ୍ତା ୨୮ ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ କରାଯିବ।  

Spread the love